ଘୃଣ୍ୟ : ଛେଳିକୁ ଦୁଷ୍କର୍ମ ପରେ ହତ୍ୟା କଲା ଯୁବକ
ପଶୁଠୁ ବି ହୀନ ପାଲଟିଗଲେଣି ମଣିଷ । ଜଣେ ବ୍ୟକ୍ତି ଗୋଟିଏ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି। ଏହି ଘୃଣ୍ୟ ଘଟଣାରେ ସାମିଲ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ସେନ୍ତିଲ। ତା’ ଘର ତାମିଲନାଡୁରେ ହୋଇଥିବା ବେଳେ ସେ ଏଠାରେ ଗୋଟିଏ ହୋଟେଲରେ କାମ କରୁଥିଲା।
ହୋଟେଲ ମାଲିକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ବିକଟାଳ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସିଥିଲେ। ଏହି ସମୟରେ ଗର୍ଭବତୀ ଛେଳିଟି ପିଞ୍ଜରା ପାଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ହଠାତ୍ ଏତିକି ବେଳେ ଜଣେ ବ୍ୟକ୍ତି ସେଠାରୁ ଦୌଡ଼ି ଚାଲି ଯାଇଥିବା ମଧ୍ୟ କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦୌଡ଼ି ଚାଲିଥିବା ବ୍ୟକ୍ତି ଜଣଙ୍କ ସେନ୍ତିଲ ବୋଲି ଜଣାପଡ଼ିଥିଲା। ସେନ୍ତାଲି ଦୀର୍ଘ ୨ ବର୍ଷ ହେଲା ଉକ୍ତ ହୋଟେଲରେ କାମ କରୁଥିଲା।
ଘଟଣା ରାତିରେ ସେ ଛେଳିଟିକୁ ଦୁଷ୍କର୍ମ କରିବା ସହ ତା’କୁ ହତ୍ୟା କରିଥିବା ମାଲିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୁଲିସ୍ ସେନ୍ତିଲକୁ ଗିରଫ ମଧ୍ୟ କରିଛି।
Powered by Froala Editor