ଜୋତା ପିନ୍ଧି ହନୁମାନ ଚାଳିସାରେ ନାଚିଲେ ସୁଖବିନ୍ଦର, ବଢ଼ିଲା ବିବାଦ
ହନୁମାନ ଚାଳିସା ଗାଇବା ବେଳେ ଜୋତା ପିନ୍ଧିଲେ ପ୍ରସିଦ୍ଧ ଗାୟକ ସୁଖବିନ୍ଦର ସିଂ । ଏହାକୁ ନେଇ ବିବାଦ ଆରମ୍ଭ ହୋଇଗଲାଣି । ନିକଟରେ ବାରଣାସୀର ଚେତାସିଂହ ଘାଟୀରେ ସୁଖବିନ୍ଦର ସିଂ ତାଙ୍କର ଆଗାମି ମ୍ୟୁଜିକ୍ ଭିଡ଼ିଓ ‘ହନୁମାନ ଚାଳିସା’ରେ ଡ୍ୟାନ୍ସ କରୁଥିଲେ । ଡ୍ୟାନ୍ସ ସମୟରେ ତାଙ୍କୁ ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କର ଏକାଧିକ ଆର୍ଟିଷ୍ଟଙ୍କୁ ମଧ୍ୟ ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସିଙ୍ଗର ସୁଖବିନ୍ଦର ସିଂ । ସୁଖବିନ୍ଦର କହିଛନ୍ତିଯେ, ଯଦି ଏଭଳି କରିବା ଦ୍ୱାରା ଭାବନା କମିଯାଉଛି ତେବେ ପ୍ରମାଣ କରି ଦେଖାନ୍ତୁ । ଆମ ଲକ୍ଷ୍ୟ କାହାର ଭାବନାକୁ ଆଘାତ ପହଞ୍ଚାଇବା ନୁହେଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ସୁଖବିନ୍ଦରଙ୍କ ଏହି ଗୀତ ୭ ଏପ୍ରିଲକୁ ରିଲିଜ ହେବାକୁ ଯାଉଛି ।
Powered by Froala Editor