ମହାରାଷ୍ଟ୍ର ସରକାରଙ୍କୁ ୭ ଲକ୍ଷ ସହାୟତା ଦେଲେ ଲତା ମଙ୍ଗେସକର
ମୁମ୍ବାଇ: ଦେଶରେ ଭୟଙ୍କର ହେଲାଣି କରୋନା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଓ ଛତିଶଗଡ଼ରେ ସ୍ଥିତି ଅସମ୍ଭାଳ । ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇଛନ୍ତି ମହାନ ଗାୟିକା ଲତା ମଙ୍ଗେସକର । ମହାରାଷ୍ଟ୍ର ସରକାରଙ୍କ ରିଲିଫ୍ ପାଣ୍ଠିକୁ ସେ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ମହାରାଷ୍ଟ୍ର ସରକାର ଡାଇରେକ୍ଟର ଜେନେରାଲ ଅଫ୍ ଇନଫରମେସନ ଆଣ୍ଡ ପବ୍ଲିକ୍ ରିଲେସନ ପକ୍ଷରୁ ଏନେଇ ଟ୍ୱିଟ୍ କରି କୁହାଯାଇଛି । ସୋସିଆଲ୍ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଏବେ ଲତା ଦିଦିଙ୍କୁ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ବଧାଇ ଜଣାଇଛନ୍ତି । ଦେଶର ଏଭଳି ପରିସ୍ଥିତିରେ ସହାୟତା କରିଥିବାରୁ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇଥିବା ଜଣାପଡ଼ିଛି ।
Powered by Froala Editor