ନିଦରେ ଖଟରୁ ଖସିପଡ଼ିଲା, ମୁଣ୍ଡରେ ପଶିଗଲା ଦା’
![ନିଦରେ ଖଟରୁ ଖସିପଡ଼ିଲା, ମୁଣ୍ଡରେ ପଶିଗଲା ଦା’](https://odishanewslens.com/news_gallery/11739_1647588031.jpg)
କେବେ ଆପଣ କଳ୍ପନା ବି କରିନଥିବେ ଯେ, ଶୋଇଥିବାବେଳେ ମୁଣ୍ଡରେ ଧାରୁଆ ଦା’ ପଶିଯିବ । କିନ୍ତୁ ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ଦେୱରି ଅଞ୍ଚଳର ସୁନା ଗାଁରେ । ସୁନା ଗାଁର ୧୬ ବର୍ଷୀୟ ବାଳକ ଭୂପେନ୍ଦ୍ର ରାତିରେ ଶୋଇଥିଲା । ଅଜାଣତରେ ସେ ପଲଙ୍କ ଉପରୁ ତଳେ ପଡ଼ିଯାଇଥିଲା । କିନ୍ତୁ ତଳେ ଥିବା ଦା' ବାଳକର ମୁଣ୍ଡରେ ୨ ଇଞ୍ଚ ପର୍ଯ୍ୟନ୍ତ ପଶିଯାଇଥିଲା । ଭୂପେନ୍ଦ୍ରକୁ ପରିବାର ଲୋକେ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାୟ ୩ ଘଣ୍ଟାର ଅପରେଶନ ପରେ ଦା'କୁ ବାହାର କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଯେ, ବାଳକର ମୁଣ୍ଡରୁ ରକ୍ତ ବାହାରି ନଥିଲା । ଯନ୍ତ୍ରଣା ମଧ୍ୟ ହୋଇ ନଥିଲା ।
ଅଘଟଣର ସାମ୍ନା କରିବା ପରେ ପୀଡିତର ଭାଇ ଦଶରଥ ସେନ କହିଛନ୍ତି ଯେ, ରାତିରେ ବିଦ୍ୟୁତ ନଥିଲା । ଶୋଇବା ସମୟରେ ପଲଙ୍କରୁ ପଡ଼ିଯିବାରୁ ଭୂପେନ୍ଦ୍ର ମୁଣ୍ଡରେ ଧାନକଟା ଦା' ପଶିଯାଇଥିଲା ।
Powered by Froala Editor