ପୁଣି ବିବାଦରେ କପିଲ ଶର୍ମା, କ’ଣ ଉଠିଛି ଅଭିଯୋଗ ପଢ଼ନ୍ତୁ...
ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ଯେତିକି ହସାନ୍ତି ସେତିକି ବିବାଦୀୟ ମଧ୍ୟ । ଅତୀତରେ ଅନେକ କାରଣ ପାଇଁ ସେ ସମାଲୋଚିତ ହୋଇଛନ୍ତି । ଏବେ ପୁଣି ଥରେ ଅଡ଼ୁଆରେ ପଡ଼ିଛନ୍ତି । ତାଙ୍କ ନାମରେ ସାଂଘାତିକ ଆରୋପ ଆଣିଛନ୍ତି ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀ ।
ସେ କହିଛନ୍ତି, ଫିଲ୍ମରେ ବଡ଼ ଷ୍ଟାରକାଷ୍ଟ ନଥିବାରୁ କପିଲ ତାଙ୍କ ଶୋ’ରେ ଏହାର ପ୍ରମୋସନ କରିବାକୁ ମୁହେଁ ମୁହେଁ ମନା କରି ଦେଇଛନ୍ତି । ଯାହାକି ତାଙ୍କୁ ଖୁବ୍ ବାଧିଛି । ଜଣେ ଫ୍ୟାନ୍ଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ଖୁଲାସା କରିଛନ୍ତି ବିବେକ । ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅନେକ ଶୁଭେଚ୍ଛୁ କପିଲ୍ଙ୍କୁ କଟୁ ସମାଲୋଚନା କରିଛନ୍ତି ।
ବିବେକଙ୍କ ଫିଲ୍ମ 'ଦ କାଶ୍ମୀର ଫାଇଲସ୍' ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ନିଜ ଫିଲ୍ମର ପ୍ରମୋସନ ପାଇଁ କପିଲଙ୍କ ଶୋ'କୁ ଯିବା ଉଚିତ ବୋଲି ଜଣେ ୟୁଜର୍ସ ଟୁଇଟରରେ କହିଥିଲେ । ଏହାର ଉତ୍ତର ଦେବାକୁ ଯାଇ ବିବେକ କହିଛନ୍ତି, କପିଲ ନିଜ ଶୋ'ରେ କାହାକୁ ଆମନ୍ତ୍ରଣ କରିବେ ତାହା ତାଙ୍କ ଉପରେ ଓ ତାଙ୍କ ଟିମ ଉପରେ ନିର୍ଭରର କରେ । ମୁଁ ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ । ହେଲେ ଭଲ ନିର୍ଦ୍ଦେଶକ, କଳାକାର, ଲେଖକଙ୍କର ବଲିଉଡରେ କିଛି ମୂଲ୍ୟ ନାହିଁ । ଆମ ଫିଲ୍ମରେ ବଡ଼ କମର୍ସିଆଲ ଷ୍ଟାର ନ ଥିବାରୁ କପିଲ ତାଙ୍କ ଶୋ'ରେ ଆମକୁ ନିମନ୍ତ୍ରଣ କରିବାକୁ ମନା କରିଦେଇଥିବା ନେଇ କହିଛନ୍ତି ବିବେକ । ବିବେକଙ୍କ ଏହି ଟୁଇଟ୍ ପରେ ୟୁଜର୍ସ କପିଲଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି ।
ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କପିଲ ଏଭଳି କରିବା ଠିକ୍ ହେଲାନି । ଦର୍ଶକ କେବଳ ଯେ ବଡ଼ ଷ୍ଟାରକାଷ୍ଟଙ୍କୁ ପସନ୍ଦ କରନ୍ତି ତାହା ଭାବିବା ନିଶ୍ଚିତ ଭାବେ ଭୁଲ୍ । ଲୋକମାନେ ଅଭିନୟକୁ ଭଲ ପାଆନ୍ତି । ମୁହଁକୁ ନୁହେଁ । ଆଉ ଜଣେ କହିଛନ୍ତି, କପିଲ୍ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା ।
Powered by Froala Editor