ମହାନଦୀ ପଠାରୁ ମିଳିଲା ମିସ୍ତ୍ରୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱରରୁ ନିଖୋଜ ଥିବା ଇଣ୍ଟରିଅର ମିସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ କଟକରୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବିହାରର ଆଜାଦ ଯାଦବ। କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ଭୂଆଶୁଣୀ ମହାନଦୀ ପଠାରୁ ମିସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ବିଡାନାସୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ଆଜାଦ ୨୫ତାରିଖ ଦିନ କଟକ ଆସିଥିଲେ । କଟକରେ ରହୁଥିବା ଜଣେ ଠିକାଦାର ନିକଟରୁ ସେ ଟଙ୍କା ପାଇବାର ଥିଲା। ତେବେ ସେହିଦିନ ଠାରୁ ଆଜାଦଙ୍କ ପତ୍ତା ମିଳିନଥିଲା। ଦୀର୍ଘ ଦିନ ଧରି ନିଖୋଜ ରହିବା ପରେ ତାଙ୍କ ସମ୍ପର୍କୀୟ ୨୬ ତାରିଖରେ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦେଇଥଲେ । ହେଲେ ଆଜି ତାଙ୍କର ମୃତଦେହ କଟକ ଭୂଆଶୁଣୀ ଠାରେ ଥିବା ମହାନଦୀ ପଠାରୁ ମିଳିଛି। ଆଜାଦଙ୍କୁ ମୁଣ୍ଡକୁ ଛେଚା ଯାଇଥିବା ଜଣାପଡ଼ିଛି।
ସେପଟେ ଘଟଣା ସ୍ଥଳରେ କଟକ ଡ଼ିସିପି ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଡାନାସୀ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କେମିତି ଓ କେଉଁ ସ୍ଥିତିରେ ତାଙ୍କୁ ହତ୍ୟା କରାଗଲା ତାହାର କାରଣ ଖୋଜୁଛି ପୋଲିସ ।
Powered by Froala Editor