ବିବାଦ ପରେ ଧମାକା କଲା ‘ଗଙ୍ଗୁବାଇ କାଠିଆୱାଡି’

ନାଁକୁ ନେଇ ବିବାଦ ଘେରରେ ଫସିଥିଲା ‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମ । ତେବେ ବକ୍ସ ଅଫିସରେ ରିଲିଜର ପ୍ରଥମ ଦିନରେ ହିଁ ଫିଲ୍ମ ସୁପରହିଟ୍ ହୋଇଛି ଏବଂ ଦମଦାର ରୋଜଗାର କରିଛି । ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ କରିଛି ।
ସଞ୍ଜୟ ଭନସାଲୀଙ୍କ ଅନେକ ଫିଲ୍ମ ବିବାଦରେ ରହିଛି । ଏବେ ଏହି ଫିଲ୍ମଟି ମଧ୍ୟ ନାଁକୁ ନେଇ ବିବାଦ ଘେରକୁ ଆସିଥିଲା । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଗଙ୍ଗୁବାଇ କାଠିଆୱାଡି ୯.୫୦-୧୦ କୋଟି ମଧ୍ୟରେ ସଂଗ୍ରହ କରି ପ୍ରଥମ ଦିନରେ ଧମାକା କରିଛି । ଆଗକୁ ବ୍ୟବସାୟ ଆହୁରି ଭଲ ହୋଇପାରେ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି। ଏହି ଫିଲ୍ମଟି ହୁସେନ୍ ଜାଇଡିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ମୁମ୍ବାଇର ଏକ ଅଧ୍ୟାୟ ଉପରେ ଆଧାରିତ । ଯାହାକୁ ଏହି ଫିଲ୍ମରେ ଦର୍ଶାଯାଇଛି ।
ତେବେ ଫିଲ୍ମର ପ୍ରମୋସନ୍ ପାଇଁ ଆଲିଆ ଅନେକ ସ୍ଥାନରେ ପହଞ୍ଚି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତାଙ୍କୁ ଗଙ୍ଗୁବାଇ ଶୈଳୀରେ ଅଭିବାଦନ ଜଣାଇଥିଲେ। ଯାହାକୁ ଦେଖି ଫ୍ୟାନ୍ସମାନେ ବହୁ ଖୁସି ହୋଇଥିଲେ ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ।
Powered by Froala Editor