ପୁଅ ବିବାହରେ ବୋହୂଙ୍କ ହାତ ଧରି ନାଚିଲେ ଜାଭେଦ୍ ଅଖତର, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍ର ଜଣାଶୁଣା ସଙ୍ଗୀତକାର ଜାଭେଦ୍ ଅଖତର । ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି ତାଙ୍କ ସୁପର ଡ୍ୟାନ୍ସ ଫଟୋ । ପୁଅ ଫରାହାନ ଅଖତରଙ୍କ ବିବାହରେ ବୋହୂ ଶିବାନୀ ଦାଣ୍ଡେକରଙ୍କ ହାତ ଧରି ନାଚୁଥିବାର ଦେଖିବାକୁ ମିଳିଛି ।
ଗତ ଫେବ୍ରୁଆରୀ ୧୯ ତାରିଖରେ ଫରାହାନ ଅଖତର ଓ ଶିବାନୀ ଦାଣ୍ଡେକରଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା । ପରେ ଦୁଇ ପରିବାର ଲୋକଙ୍କ ସହମତିରେ ବିବାହ ହୋଇଥିଲା । ମୁମ୍ବାଇ ଖଣ୍ଡାଲାସ୍ଥିତ ଏକ ପ୍ରତିଷ୍ଠିତ ହୋଟେଲ୍ରେ ଧୁମ୍ଧାମ୍ରେ ଏହି ଉତ୍ସବ ପାଳନ କରାଯାଇଥିଲା । ଯେଉଁଥିରେ କେବଳ ପରିବାର ଲୋକେ ଓ କିଛି ଘନିଷ୍ଠ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କରୋନା କଟକଣା ଭିତରେ ବିବାହ କାର୍ଯ୍ୟ ସମାପନ ହୋଇଥିଲା ।
ଆଉ ଏବେ ବିବାହ ବେଳର କିଛି ଫଟୋ ଫରାହାନ ତାଙ୍କ ସୋସିଆଲ୍ ମିଡିଆ ଆଇଡିରେ ଅପଲୋଡ୍ କରିଛନ୍ତି । ଯେଉଁଥିରେ ଜାଭେଦ ଶିବାନୀଙ୍କ ହାତ ଧରି ସଙ୍ଗୀତର ତାଳେ ତାଳେ ଡ୍ୟାନ୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ଏବେ ଖୁବ୍ ଭାଇରାଲ୍ ହେଉଛି । କିଛି ପ୍ରଶଂସକ ଖୁବ୍ ସୁନ୍ଦର କମେଣ୍ଟ ମଧ୍ୟ ଦେଇଛନ୍ତି ।
Powered by Froala Editor