ଦିନେ ଚା', ଲଟେରୀ ଟିକେଟ୍ ବିକୁଥିଲେ...ଏବେ କୋଟି କୋଟି ସମ୍ପତ୍ତିର ମାଲିକ
ଆଜି ଅନୁ କପୁର ୬୬ ବର୍ଷ ବୟସରେ ପାଦ ଥାପିଛନ୍ତି। ତେବେ ଅନୁଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା । ଯାହାକି ସମସ୍ତଙ୍କ ପାଇଁ ଉଦାହରଣ । ବାସ୍ତବରେ, ଅନୁ କପୁରଙ୍କ ପୂରା ନାଁ ଅନୀଲ କପୁର। ୧୯୫୬ ଫେବୃଆରୀ ୨୦ରେ ଭୋପାଳରେ ତାଙ୍କ ଜନ୍ମ। ପିଲାଦିନୁ ସେ ଆଇଏସ୍ ଅଫିସର ହେବାକୁ ଚାହୁଁଥିଲେ। କିନ୍ତୁ ଅର୍ଥ ଅଭାବରୁ ପାଠ ପଢ଼ା ପୂରା କରି ପାରିନଥିଲେ।
ଅନୁ କପୁରଙ୍କ ବାପା ଥିଏଟର ଚଲାନ୍ତି। ମା ନୃତ୍ୟଶିଳ୍ପି ସହ ଜଣେ ଶିକ୍ଷୟତ୍ରୀ ଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠପଢ଼ା ମଝିରୁ ଛାଡି, ଦିଲ୍ଲୀ ସ୍ଥିତ ସ୍କୁଲ୍ ଅଫ୍ ଡ୍ରାମାରେ ଆଡମିସନ କରିଥିଲେ। ଏମିତି କି ଘରର ଆବଶ୍ୟକତା ପାଇଁ କେବେ ଚା’ ତ ଆଉ କେବେ ଚୁରନ୍ ବିକୁଥିଲେ ।
ଅନ୍ନୁ କପୁର ଏକ ନାଟକରେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କର ଏହି ଅଭିନୟକୁ ଯେତେବେଳେ ଶ୍ୟାମ ବେନେଗାଲ ଦେଖିଥିଲେ ତାଙ୍କ ଚଳଚ୍ଚିତ୍ର 'ମଣ୍ଡି' ପାଇଁ ତାଙ୍କୁ ସାଇନ୍ କରେଇ ନେଇଥିଲେ। ଅନ୍ନୁ କପୁର ତାଙ୍କର ପ୍ରକୃତ ପରିଚୟ ଦୂରଦର୍ଶନର ଏକ ଶୋ' ଅନ୍ତାକ୍ଷରୀରୁ ପାଇଥିଲେ। ଏହା ପରଠୁ ଆରମ୍ଭ ହୋଇଥିଲା ଆଗକୁ ବଢ଼ିବାର ଯାତ୍ରା। ସେ ବେତାବ, ମାସାଲ, ଉତ୍ସବ ଓ ତେଜାବ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।
ଆଜି ଅନ୍ନୁ କପୁର ଗୋଟିଏ ଫିଲ୍ମ ପାଇଁ ୩ରୁ ୪ କୋଟି ଟଙ୍କା ନେଉଛନ୍ତି। ମୁମ୍ବାଇରେ ତାଙ୍କର ନିଜସ୍ୱ ଘର ଅଛି ଏବଂ ତାଙ୍କ ପାଖରେ ଦୁଇଟି କାର୍ ଅଛି। ଦିନେ ଦି' ଓଳି ଦୁଇ ମୁଠା ଖାଇବାକୁ ପାଉ ନଥିବା ଏହି ଅଭିନେତା ନିଜର ଚେଷ୍ଟା ଓ ସାଧନା ବଳରେ ଏବେ ୧୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି।
Powered by Froala Editor