ସାମାନ୍ୟ ଝଗଡ଼ାରୁ ମାମୁ ଉପରେ ଗରମ ତେଲ ପକାଇଲା ଭଣଜା

ସାମାନ୍ୟ ଝଗଡାକୁ କେନ୍ଦ୍ର କରି ଭଣଜା ମାମୁକୁ ଗରମ ପାଣି ଓ ତେଲ ପକାଇ ମାରିବାକୁ ଚେଷ୍ଟା କରିଛି । ଅଭିଯୁକ୍ତ ଭଣଜାଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ସେ ହେଲେ ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ବଡପୋଖରୀ ଅଞ୍ଚଳର ଅଭୟ ଦାଶ (୪୨)। ପୋଲିସ ଅଭିଯୁକ୍ତଙ୍କଠାରୁ ଗୋଟିଏ ଆଲୁମିନିୟମ ଡିସ୍କ ଜବତ କରିଛି।
ପୋଲିସ ସୂଚନାନୁଯାୟୀ, ଅଭୟ ମଙ୍ଗଳବାର ତାଙ୍କ ମା'ଙ୍କ ସହ କୌଣସି କାରଣକୁ ନେଇ ଝଗଡା କରୁଥିଲେ। ଏହି ସମୟରେ ଅଭୟଙ୍କ ମାମୁ ଓ ତାଙ୍କର ଜଣେ ସାଙ୍ଗ ସେଠାରେ ପହଞ୍ଚି ଭଣଜାଙ୍କୁ ବୁଝାଶୁଝା କରି ମାମଲା ସମାଧାନ କରିଥିଲେ। ପରେ ଅଭୟ ସେମାନଙ୍କ ସହ ରାତ୍ରି ଭୋଜନ କରିଥିଲେ। ରାତିରେ ସମସ୍ତେ ଶୋଇଥିବା ବେଳେ ଅଭୟ ଉଠି ଗରମ ପାଣି ଓ ତେଲକୁ ମାମୁ ଓ ତାଙ୍କ ସାଙ୍ଗ ଉପରେ ପକାଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଉଭୟେ ଆହତ ହୋଇଥିଲେ। ଏ ନେଇ ଅଭୟଙ୍କ ମାମୁଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
Powered by Froala Editor