ଗୌରବ : କଳା ରାମଚନ୍ଦ୍ରନ ଗୁରୁଗ୍ରାମର ପ୍ରଥମ ମହିଳା ପୋଲିସ କମିଶନର

ପୁଣି ଜଣେ ମହିଳା ଉଦାହରଣ ସୃଷ୍ଟି କରିଛନ୍ତି । ୧୯୯୪ ବ୍ୟାଚର ଆଇପିଏସ ଅଫିସର କଳା ରାମଚନ୍ଦ୍ରନ ଗୁରୁଗ୍ରାମର ନୂଆ ପୋଲିସ କମିଶନର ଭାବେ ଯୋଗ ଦେଇଛନ୍ତି । ସେ ଗୁରୁଗ୍ରାମ ପୋଲିସ ବିଭାଗରେ ପ୍ରଥମ ମହିଳା ପୋଲିସ କମିଶନର ହେବାର ଗୌରବ ହାସଲ କରିଛନ୍ତି ।
୨୦୦୭ରେ ଗୁରୁଗ୍ରାମରେ ପୋଲିସ କମିଶନରି ତିଆରି ହୋଇଥିଲା । ତା ପୂବର୍ରୁ ଗୁରୁଗ୍ରାମରେ ଏସପି ନିଯୁକ୍ତ ହେଉଥିଲେ । କମିଶନର ତିଆରି ହେବା ପରେ ସର୍ବପ୍ରଥମେ ମହେନ୍ଦ୍ର ଲାଲା ଗୁରୁଗ୍ରାମରେ ପୋଲିସ କମିଶନର ଥିଲେ । ଏହା ମଧ୍ୟରେ ସେଠାରେ ୮ଜଣ ପୋଲିସ ଅଧିକାରୀ କମିଶନର ଭାବେ ଦାୟିତ୍ୱ ପାଇଛନ୍ତି । କିନ୍ତୁ କଳା ରାମଚନ୍ଦ୍ରନ ଏଠାରେ ପ୍ରଥମ ମହିଳା ପୋଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ।
ଆନୁଷ୍ଠାନିକ ଭାବେ ସେ ଆଜି ଦାୟିତ୍ୱ ଭାର ଗ୍ରହଣ କରି ଗୁରୁଗ୍ରାମର ଟ୍ରାଫିକ ସମସ୍ୟାର ସଠୀକ ଭାବେ ପରିଚାଳନା, ସଡ଼କ ଦୁର୍ଘଟଣାକୁ କମ କରିବା ତାଙ୍କର ବିଶେଷ ପ୍ରାଥମିକତା ହେବ ବୋଲି ସେ କହିଛନ୍ତି । ମହିଳା ଓ ସାଇବର ଅପରାଧକୁ ରୋକିବା ପାଇଁ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।
ସୂଚନା ଯେ, କଳା ରାମଚନ୍ଦ୍ରନ ବର୍ତ୍ତମାନ ପର୍ଯ୍ୟନ୍ତ ପରିବହନ ବିଭାଗର ପ୍ରଧାନ ସଚିବ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରୁଥିଲେ । ଏବେ ତାଙ୍କୁ ଗୁରୁଗ୍ରାମ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି ।
Powered by Froala Editor