ବିଗ୍ ବସ୍ ସେଟ୍ରେ ନିଆଁ, କାରଣ ଅସ୍ପଷ୍ଟ

ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍ ସେଟ୍ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ଜନଜୀବନ କ୍ଷତି ହୋଇନଥିଲେ ମଧ୍ୟ ବହୁ ଜିନିଷ ଜଳିପୋଡି ଯାଇଛି । ମଧ୍ୟାହ୍ଣ ଗୋଟାଏ ସମୟରେ ମୁମ୍ୱାଇର ଗୋରେଗାଓଁ ସ୍ଥିତ ‘ବିଗ ବସ’ରେ ଅଗ୍ନିକାଣ୍ଡ ଘଟିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ସଲମାନ ଖାନ ବିଗ ବସର ୧୫ତମ ସଂସ୍କରଣର ଫିନାଲେ ନିକଟରେ ଶେଷ ହୋଇଥିଲା। ବିଗ ବସର ୧୫ତମ ସଂସ୍କରଣରେ କରଣ କୁନ୍ଦ୍ରା, ସିମ୍ୱା ନାଗପାଳ, ନିଶାନ୍ତ ଭଟ୍ଟ, ସମିତା ସେଟ୍ଟୀ, ରଶ୍ମି ଦେସାଇ ଏବଂ ତେଜସ୍ୱୀ ପ୍ରକାଶଙ୍କ ପରି ସେଲିବ୍ରିଟି ସାମିଲ ହୋଇଥିଲେ। ତିନି ମାସରୁ ଅଧିକ ସମୟ ପରେ ତେଜସ୍ୱୀ ପ୍ରକାଶ ‘ବିଗ ବସ’ର ଟ୍ରିଫି ଜିତିଥିଲେ। ତେବେ ‘ବିଗ ବସ’ ସେଟରେ କେଉଁଠି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳକୁ ୪ଟି ଦମକଳ ଗାଡି ପଠାଯାଇଛି ।
Powered by Froala Editor