ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ : ନର୍ସଙ୍କୁ ଗୁଳି ମାରିଦେଲା ୱାର୍ଡ ବୟ

ଏକ ତରଫା ପ୍ରେମରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଜଣେ ୱାର୍ଡ ବୟ ଡ୍ୟୁଟି କରୁଥିବା ନର୍ସଙ୍କୁ ଗୁଳି କରି ହତ୍ୟା କରିଛି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ହସ୍ପିଟାଲରେ ଏ ଘଟଣା ଘଟିଛି ।
ହତ୍ୟା କରାଯାଇଥିବା ନର୍ସଙ୍କ ବିବାହ ସ୍ଥିର ହୋଇଯାଇଥିଲା। ତେବେ ୱାର୍ଡ ବୟ ରିତେଶ ସାକ୍ୟା ନର୍ସଙ୍କୁ ଏକ ତରଫା ଭଲ ପାଉଥିଲା। ସେ ଯେତେବେଳେ ଜାଣିବାକୁ ପାଇଲା କି ନର୍ସଙ୍କ ବିବାହ ସ୍ଥିର ହୋଇଯାଇଛି, ସେ ଉତକ୍ଷିପ୍ତ ହୋଇଯାଇଥିଲା। ଫଳରେ ଆଇସିୟୁରେ ଡିୟୁଟି କରୁଥିବା ବେଳେ ନର୍ସଙ୍କୁ ଏକୁଟିଆ ପାଇ ଗୁଳି କରି ହତ୍ୟା କରିଥିଲା। ଆଉ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ନର୍ସଙ୍କ ସହକର୍ମୀମାନେ ଆଇସିୟୁ ରୁମରେ ପହଞ୍ଚି ଚଟାଣରେ ରକ୍ତ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ରିତେଶକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି।
Powered by Froala Editor