‘ନିର୍ବନ୍ଧ’ର ସତ ଖୋଲିଲେ ଦେବୋଲିନା-ବିଶାଲ

କିଛି ଦିନ ତଳେ ଖବର ଆସିଥିଲା ଯେ, ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ବୟଫ୍ରେଣ୍ଡ୍ ବିଶାଲଙ୍କ ସହ ନିର୍ବନ୍ଧ ଶେଷ ହୋଇଛି । ତେବେ ଏ ଖବରର ସତ ଖୋଲିଛନ୍ତି ଦେବୋଲିନା । ନିର୍ବନ୍ଧ ନୁହେଁ ବରଂ ଏକ ମ୍ୟୁଜିକ ଭିଡିଓ ପାଇଁ ସେମାନେ ଶୁଟ୍ କରୁଥିବା କହିଛନ୍ତି ।
ସୁଚନା ଯେ, ଦେବୋଲିନା ଓ ବିଶାଲଙ୍କର ନିର୍ବନ୍ଧ ହୋଇନାହିଁ । ସେମାନେ ଆଗାମୀ ମ୍ୟୁଜିକ୍ ଭିଡିଓ ପାଇଁ ଉକ୍ତ ଭିଡିଓକୁ ଶୁଟ୍ କରିଥିଲେ । ଉକ୍ତ ମ୍ୟୁଜିକ୍ ଭିଡିଓର ଏକ ଛୋଟ ଝଲକ ନିଜ ଫ୍ୟାନ୍ସଙ୍କୁ ଦେବା ପାଇଁ ଭିଡିଓକୁ ପୋଷ୍ଟ କରାଯାଇଥିଲା । ନିର୍ବନ୍ଧ ଖବର ଆସିବା ପରେ ଦେବୋଲିନା ଏହାର ସତ କହିଛନ୍ତି । ଦୁହେଁ ଏକ ପୋଷ୍ଟ ସେୟାର କରି ମ୍ୟୁଜିକ୍ ଭିଡିଓ ସମ୍ପର୍କରେ ସୂଚନା ଦେଇଛନ୍ତି । ଭିଡିଓରେ ବିଶାଲ କହିଛନ୍ତି ଯେ, ଆମେ ଦୁହେଁ ନିର୍ବନ୍ଧ କରିଛୁ କିନ୍ତୁ ମ୍ୟୁଜିକ୍ ଭିଡିଓରେ । ଯାହାର ନାମ ହେଉଛି “ଇଟସ୍ ଅଫିସିଆଲ୍” । ଆମେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛୁ । ତାଙ୍କ ଭିଡିଓ ରିଲେସନ୍ସିପ୍, ନିର୍ବନ୍ଧ ଓ ବିବାହ ଉପରେ ଆଧାରିତ । ଏଥିପାଇଁ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଏପରି ପୋଷ୍ଟ ସେୟାର କରି ଆଶ୍ଚର୍ଯ୍ୟ କରିଛନ୍ତି ।
Powered by Froala Editor