ନିର୍ଭୀକ ସୋ’ ଉପସ୍ଥାପିକା ହେବେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ରିୟାଲିଟି ସୋ’ର ଉପସ୍ଥାପିକା ଭାବେ ନଜର ଆସିବେ । ଏ ଖବର ଚର୍ଚ୍ଚାର ବିଷୟ ହେଇଛି। ଅମିତାଭ ବଚ୍ଚନ, ସଲମାନ୍ ଖାନ, କପିଲ୍ ଶର୍ମା ଓ ରୋହିତ ସେଟ୍ଟୀଙ୍କ ପରି ଲୋକପ୍ରିୟ ଚେହେରା ପୂର୍ବରୁ ଟିଭି ରିୟାଲିଟି ସୋ’ରେ ଉପସ୍ଥାପନା କରୁଥିବା ବେଳେ ଏବେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଉପସ୍ଥାପିକା ସାଜିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ରିୟାଲିଟି ସୋ’ ସବୁଠୁ ନିର୍ଭୀକ ସୋ’ ବୋଲି କୁହାଯାଉଛି। ଏଇ ସୋ’ର ପ୍ରଯୋଜିକା ହେଉଛନ୍ତି ଏକ୍ତା କପୁର। ରିପୋର୍ଟ ଅନୁଯାୟୀ, ଏହି ଶୋ’ରେ ୧୩ରୁ ୧୫ଜଣ ପ୍ରତିଯୋଗୀ ଭାଗ ନେବେ। ଏହାକୁ ଅଲ୍ଟ ବାଲାଜୀ ଓ ଏମଏକ୍ସ ପ୍ଲେୟାର ମାଧ୍ୟମରେ ଦର୍ଶକ ଦେଖିପାରିବେ। ଆଠରୁ ଦଶ ସପ୍ତାହ ମଧ୍ୟରେ ପ୍ରତିଯୋଗୀମାନଙ୍କ ଆବେଦନ କରିବା ଏବଂ ମନୋନୀତ ହେବାର ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି। ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବାକୁଥିବା ଏହି ଶୋ’ ‘ବିଗ୍ ବସ୍’ ସହ ସମକକ୍ଷ ହେବ ବୋଲି କୁହାଯାଉଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବ ବାକି ଅଛି।
Powered by Froala Editor