ଦେଶରେ କରୋନାରେ ଜୀବନ ହାରିଲେ ୩୬୪୫ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଦେଶରେ କରୋନା ମିଟର ଉପର ମୁହାଁ । ୨୪ ଘଂଟା ଭିତରେ ୩ଲକ୍ଷ ୭୯ହଜାର ୨ଶହ ୫୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ୨୪ଘଂଟା ଭିତରେ ୩ହଜାର ୬ଶହ ୪୫ଜଣଙ୍କର ମୃତ୍ୟୁ ହୋଇଛି । ୨ଲକ୍ଷ ୬୯ହଜାର ୫ଶହ ୭ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୁଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୮୩ଲକ୍ଷ ୭୬ହଜାର ୫ଶହ ୨୪କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ଆଜି ପର୍ୟ୍ୟନ୍ତ ଦେଶରେ ମୋଟ ଏକ କୋଟି ୫୦ ଲକ୍ଷ ୮୬ହଜାର ୮ଶହ ୭୮ଜଣ ସୁସ୍ଥ ହେଲଣି । କରୋନା କାରଣରୁ ମୋଟ ୨ଲକ୍ଷ ୪ହଜାର ୮ଶହ ୩୨ଜଣଙ୍କର ମୃତ୍ରୁ ହେଲାଣି । ଏବେ ଦେଶରେ ୩୦ଲକ୍ଷ ୮୪ହଜାର ୮ଶହ ୧୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
Powered by Froala Editor