ତାଲିବାନକୁ ଏହି ଚେତାବନୀ ଦେଲେ ବାଇଡେନ

ୱାଶିଂଟନ: ଦୀର୍ଘ ୨ଦଶକ ପରେ ଗତବର୍ଷ ଆଫଗାନିସ୍ଥାନ ଉପରେ ତାଲିବାନ ଶାସନ କ୍ଷମତା ହାତେଇଛି । ତାଲିବାନର ବର୍ବର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ । ତାଲିବାନ ଶାସନ କ୍ଷମତାକୁ ହାତକୁ ନେବା ପରେ ସେଠାରେ ଥିବା ଆମେରିକା ସେନା ସ୍ୱଦେଶ ଫେରି ଆସିଥିଲେ । ଏହି ଘଟଣା ପରେ ଏବେ ପ୍ରଥମ ଥର ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଲିବାନ ବିରୋଧରେ ଏକ କଡା ବୟାନ ଜାରି କରିଛନ୍ତି ।
ଆମେରିକା ନୌସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ମାର୍କ ଫ୍ରେରିଚଙ୍କୁ ବନ୍ଦୀ କରି ରଖିବା ଘଟଣାରେ ଜୋ ବାଇଡେନ୍ ତାଳିବାନକୁ ଚେତାବନୀ ଦେଇଛନ୍ତି । ଏହା ବ୍ୟତୀତ ୨ବର୍ଷରୁ ଅଧିକ ସମୟ ଧରି ବନ୍ଦିଥିବା ଜଣେ ସିଭିଲି ଇଂଜିନିୟରଙ୍କୁ ମୁକ୍ତ କରିବାକୁ ବାଇଡେନ୍ କହିଛନ୍ତି । ଜୋ ବାଇଡେନଙ୍କ ଏହି ଚେତାବନୀ ପରେ ଆମେରିକା ଓ ତାଲିବାନ ମଧ୍ୟରେ ଦୂରତା ଆହୁରି ବଢି ଯାଇଥିବା କୁହାଯାଉଛି ।
Powered by Froala Editor