ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‘ମୋଦିଙ୍କ ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ଚଳିତ ବର୍ଷର ପ୍ରଥମ ଏପିସୋଡ ଜାନୁୟାରୀ ୩୦ରେ ପ୍ରଚାରିତ ହେବ । ରବିବାର ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ‘ମନ କି ବାତ୍’ କାର୍ଯ୍ୟକ୍ରମର ଏହା ୮୫ତମ ଏପିସୋଡ ହୋଇଥିବାବେଳେ ଏହା ଆକାଶବାଣୀ, ଦୂରଦର୍ଶନ ସହ ଆକାଶବାଣୀ ସମାଚାର ଓ ମୋବାଇଲ ଆପରେ ଉପଲବ୍ଧ ହେବ । ଏହା ଦିନ ୧୧ଟା ୩୦ରେ ପ୍ରସାରଣ କରାଯିବ । ତେବେ ପ୍ରଥମ ଥର ଲାଗି ଏହି କାର୍ଯ୍ୟକ୍ରମ ୩୦ମିନିଟ୍ ବା ଅଧଘଣ୍ଟା ବିଳମ୍ବର ଆରମ୍ଭ କରାଯିବ ।
Powered by Froala Editor