ଖୋଲିଲା ଦେଶର ସବୁଠୁ ବଡ଼ ଇଭି ଚାର୍ଜିଂ ଷ୍ଟେସନ

ଶୁକ୍ରବାର ଗୁରୁଗ୍ରାମର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ନିକଟରେ ଭାରତର ସବୁଠାରୁ ବଡ ଇଲେକ୍ଟ୍ରିକ୍ ଭେଇକିଲ୍ ଚାର୍ଜିଂ ଷ୍ଟେସନ ଖୋଲିଛି। ଏହା ଗୁରୁଗ୍ରାମର ସେକ୍ଟର ୫୨ରେ ଖୋଲାଯାଇଛି ।ଏହି ଚାର୍ଜିଂ ଷ୍ଟେସନରେ ୧୦୦ରୁ ଅଧିକ ଚାର୍ଜିଂ ପଏଣ୍ଟ୍ ଅଛି, ଯାହା ଦ୍ଵାରା ଚାରିଚକିଆ ଇଲେକ୍ଟ୍ରିକ୍ ଗାଡିଗୁଡିକୁ ସହଜରେ ଚାର୍ଜ୍ କରାଯାଇ ପାରିବ। ଏହା ପୂର୍ବରୁ ନଭି ମୁମ୍ବାଇରେ ଥିବା ୧୬ଏସି ଓ ୪ଡିସି ଚାର୍ଜର କ୍ଷମତା ଥିବା ଷ୍ଟେସନ ଭାରତର ସବୁଠାରୁ ବଡ ଇଲେକ୍ଟ୍ରିକ୍ ଚାର୍ଜିଂ ଷ୍ଟେସନର ମାନ୍ୟତା ପାଇଥିଲା। ଇଲେକ୍ଟ୍ରିକ୍ ଯାନଗୁଡିକ ପାଇଁ ଏହା ଭାରତର ସବୁଠାରୁ ବଡ ଚାର୍ଜିଂ ଷ୍ଟେସନ ବୋଲି ସୂଚନା ରହିଛି।
ଇଜି ଅଫ ଡୁଇଙ୍ଗ ବିଜେନେସ୍ କାର୍ଯ୍ୟକ୍ରମ ଆଧାରରେ ଏହି ଚାର୍ଜିଂ ଷ୍ଟେସନର ଆରମ୍ଭ କରାଯାଇଛି। ନ୍ୟାସନାଲ ହାଇଓ୍ଵେ ଫର ଇଲେକ୍ଟ୍ରିକ ଭେଇକେଲ୍(NHEV) ଅନ୍ତର୍ଗତରେ ଗୁରୁଗ୍ରାମ ସେକ୍ଟର ୫୨ରେ ଏହାର ନିର୍ମାଣ କରାଯାଇଛି। NHEV ଅନୁଯାୟୀ, ଏହି ପ୍ରୋଜେକ୍ଟ ଆରମ୍ଭରୁ ଜୟପୁର-ଦିଲ୍ଲୀ-ଆଗ୍ରାକୁ ସଂଯୋଗ କରୁଥିବା ପ୍ରଥମ ଇ-ହାଇଓ୍ଵେ ହେବ। NHEV କାର୍ଯ୍ୟକାରୀ ଗ୍ରୁପର ସଦସ୍ୟ ତଥା ଇଲେକ୍ଟ୍ରିଫାଇ ଷ୍ଟେସନର ପ୍ରବନ୍ଧ ସଞ୍ଚାଳକ ପ୍ରବୀଣ କୁମାର କହିଛନ୍ତି, ଷ୍ଟେସନରେ ବର୍ତ୍ତମାନ ୯୬ ଚାର୍ଜର କାର୍ଯ୍ୟକ୍ଷମ ରହିଛି। ଏକ ସଙ୍ଗେ ୯୬ କାର ଚାର୍ଜିଂ ହୋଇ ପାରିବ ଏବଂ ପୂରା ଦିନରେ ୫୭୬ କାର ଏହି ସେବା ପାଇ ପାରିବେ।
Powered by Froala Editor