୧୫ହଜାର ଫୁଟ ଉପରେ ଅଇଟିବିପି ଯବାନ ଉଡାଇଲେ ତ୍ରିରଙ୍ଗା
ଲଦାଖ: ସାରା ଦେଶ ପାଳନ କରୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି। ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ସେନା ଯବାନମାନଙ୍କ ସାହସ ପ୍ରଦର୍ଶନ କରୁଥିବା ଓ ସେମାନଙ୍କ ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଲଦାଖର ଇଣ୍ଡୋ-ତିଦ୍ଧତୀୟ ସୀମା ପୋଲିସ(ଆଇଟିବିପି) ଯବାନମାନେ ସମୁଦ୍ର ପତ୍ତନ ଠାରୁ ୧୫ ହଜାର ଫୁଟ ଉପରେ ମାଇନସ୍ ୩୫ଡିଗ୍ରୀ ସେଲସିୟସ ତାପମାତ୍ରାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହିତ ତ୍ରିରଙ୍ଗା ତଳେ ଯବାନଙ୍କ ପରେଡ୍ ଦେଖିବାକୁ ମିଳିଛି ।
ସେହିପରି ହିମାଚଳ ପ୍ରଦେଶରେ ୧୬ ହଜାର ଫୁଟ ଉପରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇବା ସହ ପରେଡ୍ କରିଛନ୍ତି । ଉତ୍ତରାଖଣ୍ଡରେ ମଧ୍ୟ ଯବାନମାନେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ ୧୨ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଛନ୍ତି ।
Powered by Froala Editor