ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ବାବା ଗିରଫ

ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଜଣେ ବାବାଙ୍କ ନାମରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନୂଆ ବ୍ରଜନନ୍ଦନପୁର ଗ୍ରାମରେ ଏ ଲଜ୍ଜାଜନକ ଘଟଣା ଘଟିଛି । ପିଡିତାଙ୍କୁ ପରିବାର ଲୋକେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।
ଗତ ୨୩ ତାରିଖ ରବିବାର ଭିନ୍ନକ୍ଷମ ନାବାଳିକା ଜଣକ ଘରେ ଏକୁଟିଆ ଥିଲା। ପରିବାର ଲୋକେ ଗାଁରେ ଚାଲିଥିବା ମାଘେ ପୂଜାକୁ ଯାଇଥିଲେ। ଏହି ସମୟରେ ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁ ନାବାଳିକାକୁ ଘରୁ ଟାଣିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର ଲୋକେ ଗାଁର ମୁରବୀଙ୍କୁ ଜଣାଇଥିଲେ। ଏହା ପରେ ଗାଁରେ ସଭା ବସିଥିଲା।
ବୈଠକରେ ନିଷ୍ପତ୍ତି ଅନୁସାରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ୯୦,୦୦୦ ଟଙ୍କା ଦେବା ପାଇଁ ବାବାକୁ ଜରିମାନା କରାଯାଇଥିଲା। ହେଲେ ବାବା ୫୦୦୦ ଟଙ୍କା ଦେଇ ଖସି ଯାଇଥିଲା। ବାକି ଟଙ୍କା ଦେଉନଥିଲା। ସେପଟେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଝିଅ ଦେହ ଖରାପ ହେଉଥିବା ଦେଖି ପରିବାର ଲୋକେ ଆଜି ତାକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଆଜି ଥାନରେ ଏନେଇ ଲିଖିତ ଅଭିଯୋଗ କରିବା ସହ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ।
Powered by Froala Editor