ଆଜି ଦେଶରେ କରୋନା ନେଲା ୬୧୪ମୁଣ୍ଡ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ୨ଲକ୍ଷ ୫୫ହଜାର ୮୭୪କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୧୪ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୯୦ହଜାର ୪୬୨କୁ ବୃଦ୍ଧି ପାଇଛି।
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୨୨ଲକ୍ଷ ପାର୍ କରିଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୨୨ଲକ୍ଷ ୩୬ହଜାରରେ ୮୪୨ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି ୩କୋଟି ୭୦ଲକ୍ଷ ୭୧ହଜାର ୮୯୮ଜଣ । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି ।
Powered by Froala Editor