ଶେଷ ହେବ ମହାମାରୀ କରୋନା!
ନୂଆଦିଲ୍ଲୀ: ୨ବର୍ଷ ହେଲାଣି କଲବଲ କରୁଛି କରୋନା । କରୋନା ମହାମାରୀକୁ ନେଇ ପ୍ରଥମ ଥର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ତଥ୍ୟ ଆଶର କିରଣ ସଞ୍ଚାର କରିଛି ।ହୁ କହିଛି ମହାମାରୀ କରୋନା ଏବେ ଏଣ୍ଡଗେମ ପର୍ଯ୍ୟାୟରେ ପ୍ରବେଶ କରିବା ଆରମ୍ଭ କରିଛି । ପ୍ରଥମେ ୟୁରୋପରେ ମହାମାରୀ କରୋନାର ଅନ୍ତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ୟୁରୋପ ନିଦେ୍ର୍ଧଶକ ହାନ୍ସ କ୍ଲୁଗେ କହିଛନ୍ତି ଯେ କୋଭିଡ -୧୯ର ଓମିକ୍ରନ୍ ଭାରିଏଣ୍ଟ ଯୋଗୁ ୟୁରୋପୀୟ ଦେଶ ଗୁଡିକ ଗୋଟିଏ ନୂଆ ପର୍ଯ୍ୟାୟ ମଧ୍ୟରେ ପ୍ରବେଶ କରୁଛନ୍ତି । ଏବେ ସ୍ଥିତି ଯାହା ୟୁରୋପ ମହାମାରୀର ଏଣ୍ଡଗେମ ବା ଶେଷ ପର୍ଯ୍ୟାୟ ଦିଗରେ ଗତି କରୁଛି । ଏହାର ଅର୍ଥ ୟୁରୋପରେ ଖୁବଶୀଘ୍ର ମହାମାରୀ କରୋନାର ଅନ୍ତ ଘଟିବ ପାରେ ।
ହାନ୍ସ ଆହୁରି କହିଛନ୍ତି, “ମାର୍ଚ୍ଚ ସୁଦ୍ଧା ୬୦ ପ୍ରତିଶତ ୟୁରୋପବାସୀଙ୍କୁ କରୋନାର ଓମିକ୍ରନ ଭାରିଏଣ୍ଟ ସଂକ୍ରମିତ କରିପାରେ । ଥରେ ଓମିକ୍ରନର ସର୍ବୋଚ୍ଚ ଗତି ହ୍ରାସ ପାଇବା ପରେ ସଂକ୍ରମଣ କମିବା ଆରମ୍ଭ ହେବ । କିଛି ମାସ ଓ ସପ୍ତାହ ମଧ୍ୟରେ ଅଧିକାଂଶ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଯିବ । ଏପରି ସ୍ଥିତି ଉଭୟ ସଂକ୍ରମଣ ଓ ଟିକାକରଣ ଯୋଗୁ ସମ୍ଭବ ହୋଇପାରିବ । ଏଥିସହ ପାଗର ମଧ୍ୟ ଭୂମିକା ରହିବ । ଆମର ଆଶା ଏହାପରେ ମହାମାରୀ କରୋନା ବେଶ କିଛି ଦିନ ନୀରବ ରହିବ । ବର୍ଷ ଶେଷ ଭାଗରେ ଏହା ପୁଣି ଫେରିବାର ଆଶଙ୍କା ରହିଛି । କିନ୍ତୁ ମହାମାରୀ ଯେ ନିଶ୍ଚିତ ଫେରିବ, ତା’ର କୌଣସି ଗ୍ୟାରେଣ୍ଟି ମଧ୍ୟ ନାହିଁ । ତେଣୁ ଏବେ ୟୁରୋପ ମହାମାରୀର ଏଣ୍ଡଗେମ ଅଭିମୁଖେ ଯାଉଥିବା ଆମେ କହିପାରିବା ।”
Powered by Froala Editor