ମୁମ୍ବାଇରେ ନୂଆ ଫ୍ଲାଟ୍ କିଣିଲେ ଅକ୍ଷୟ କୁମାର, ରହିଛି ଏସବୁ ବିଳାସପୂର୍ଣ୍ଣ ସୁବିଧା...
ମୁମ୍ବାଇ: କେତେବେଳେ ନିଜ ଆକ୍ସନ ପାଇଁ ତ ଆଉ କେତେବେଳେ ସମାଜସେବାକୁ ନେଇ, ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅକ୍ଷୟ କୁମାର । ପୁଣି ନିଜର ଭିନ୍ନ ଜୀବନଶୈଳୀ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ପ୍ରତ୍ୟେକ ବେଳେ କିଛି ନା କିଛି କାମକୁ ନେଇ ସବୁବେଳେ ଆଲୋଚନା ପରିସରରେ ରହିଥାନ୍ତି ଖିଲାଡୀ କୁମାର । ଏବେ ପୁଣି ଥରେ ତାଙ୍କୁ ନେଇ ସବୁଠି ଆଲୋଚନା । ହେଲେ ପ୍ରସଙ୍ଗ ଟିକେ ଭିନ୍ନ । ତାହା ହେଲା ମୁମ୍ବାଇରେ ସେ ଏକ ଫ୍ଲାଟ୍ କିଣିଛନ୍ତି । ଖର ୱେଷ୍ଟର ଜୟ ଲିଜେଣ୍ଡ ବିଲ୍ଡିଂର ୧୯ତମ ମହଲାରେ ଏହା ରହିଛି ।
ରିପୋର୍ଟ ଅନୁଯାୟୀ, ୭.୮ କୋଟି ଟଙ୍କା ଦେଇ ଅକ୍ଷୟ କୁମାର ଏହାକୁ କିଣିଛନ୍ତି । ୧୮୭୮ ସ୍କୋୟାର ଫୁଟ୍ର ଏହି ବିଳାସପୂର୍ଣ୍ଣ ଫ୍ଲାଟ୍ରେ ରହିଛି ଅନେକ ଅତ୍ୟାଧୁନିକ ସୁବିଧା । କେବଳ ସେତିକି ନୁହେଁ, ଅକ୍ଷୟ କୁମାରଙ୍କୁ ଏହି ଫ୍ଲାଟ୍ ସହିତ ଏକାବେଳକେ ୪ଟି କାର୍ ପାର୍କିଂ ପାଇଁ ଜାଗା ଦେଇଛି ବିଲ୍ଡର ସଂସ୍ଥା । ଗତ ଜାନୁଆରୀ ୭ ତାରିଖରେ ଅକ୍ଷୟ କୁମାର ଏହାକୁ ତାଙ୍କ ନାମରେ ରେଜିଷ୍ଟେସନ୍ କରିଥିବା ଜଣାପଡ଼ିଛି । ଏହି ଫ୍ଲାଟ୍ରେ ୪ଟି ଅତ୍ୟାଧୁନିକ ବେଡ୍ରୁମ୍ ରହିଛି । ଏହାଛଡ଼ା ଅତିଥି କକ୍ଷ, ମାଷ୍ଟର ବେଡ୍ରୁମ୍, ଡାଇନିଂ, କିଚେନ୍ ଓ ଛୁଆଙ୍କ ପାଇଁ ବେଡ୍ରୁମ୍ ରହିଛି । ଏହାକି କିଛି ଫଟୋକୁ ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।
Powered by Froala Editor