ପିପିଇ କିଟ୍ ପିନ୍ଧି ବାହାହେଲେ ବରକନ୍ୟା

ରତଲାମ: ମଧ୍ୟପ୍ରଦେଶର ରତଲାମରେ ଜଣେ କରୋନା ସଂକ୍ରମିତ ଇଞ୍ଜିନିୟରଙ୍କର ବିବାହ ସମ୍ପନ୍ନ ହୋଇଛି । ଉଭୟ ବର ଓ କନ୍ୟା ପିପିଇ କିଟ ପିନ୍ଧି ବିବାହ କରିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ପରିବାରରୁ ମାତ୍ର ୪-୪ ଜଣଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଛି । ଭିଡିଓ କଲରେ ପରିବାର ଲୋକେ ବିବାହ କାର୍ଯ୍ୟକୁ ଲାଇଭ ଦେଖିଥିଲେ । ସୂଚନା ମୁତାବକ ୨୬ରେ ବିବାହ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ୧୨ରେ ବରଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏସବୁ ସତ୍ତ୍ୱେ ବିବାହ ଅନୁଷ୍ଠିତ ହୋଇଥିଲା । ଏହି ଖବର ପାଇ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚିଥିଲେ । କିନ୍ତୁ ପରିବାର ଲୋକ ଅନୁରୋଧ କରିବାରୁ ପିପିଇ କିଟ ପିନ୍ଧି ବିବାହ କରିବାକୁ ଅନୁମତି ମିଳିଥିଲା । ବିବାହରେ ଯୋଗ ଦେଇଥିବା ସମସ୍ତେ ଲୋକ ଏବେ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି ।
Powered by Froala Editor