ବିଜେପିରେ ମିଶିବେ କଂଗ୍ରେସର ଚର୍ଚ୍ଚିତ ଚେହେରା ପ୍ରିୟଙ୍କା ମୌର୍ଯ୍ୟ

କଂଗ୍ରେସ ‘ଲଡକୀ ହୁଁ ଲଡ ସକତି ହୁଁ’ କାର୍ଯ୍ୟକ୍ରମର ଚର୍ଚ୍ଚିତ ଚେହେରା ପ୍ରିୟଙ୍କା ମୌର୍ଯ୍ୟ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ଟିକେଟ ନଦେବାରୁ ପ୍ରିୟଙ୍କା ମୌର୍ଯ୍ୟ ଏବେ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହାପୂର୍ବରୁ ପ୍ରିୟଙ୍କା ମୌର୍ଯ୍ୟ କହିଥିଲେ ଯେ, ‘ଲଡକି ହୁଁ, ଲଡ ସକତି ହୁଁ’ ଅଭିଯାନ ପାଇଁ କଂଗ୍ରେସ ମୋ ଚେହେରା, ମୋ ନାଁ ଏବଂ ମୋର ୧୦ଲକ୍ଷ ସୋସିଆଲ ମିଡିଆ ଫଲୋଓରଙ୍କୁ ବ୍ୟବହାର କରିଥିଲେ। କିନ୍ତୁ ଆଗାମୀ ନିର୍ବାଚନ ପାଇଁ ଟିକେଟ୍ ଦେବାର ସମୟ ଆସିବା ପରେ ଏହାକୁ ଅନ୍ୟ କାହାକୁ ଦିଆଗଲା। ଏହା ଅନ୍ୟାୟ ଅଟେ। ଏହା ସବୁ ପୂର୍ବ ଯୋଜନା ମୁତାବକ ହୋଇଛି। ମୁଁ ଓବିସି ହୋଇଥିବାରୁ ଏବଂ ମୁଁ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂଙ୍କୁ ଲାଞ୍ଚ ଦେଇ ପାରି ନଥିବାରୁ ମୋତେ ଟିକେଟ ମିଳିଲା ନାହିଁ। ଏଥିପାଇଁ ସେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି।
ଉତ୍ତର ପ୍ରଦେଶରେ ରହୁଥିବା ୫ କୋଟି ମହିଳା ଭୋଟରଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ‘ଲଡକୀ ହୁଁ ଲଡ ସକତି ହୁଁ’ ଅଭିଯାନ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ପଛରେ ପ୍ରିୟଙ୍କା ଗାନ୍ଧିଙ୍କ ହାତ ରହିଛି। ସେ ନିଜେ ଏହି ‘ଲଡକୀ ହୁଁ ଲଡ ସକତି ହୁଁ’ ନାରା ଦେଇ ପ୍ରଚାର କରୁଛନ୍ତି। ଏଥିପାଇଁ ବ୍ୟବହୃତ ହେଉଥିବା ପୋଷ୍ଟରରେ ପ୍ରିୟଙ୍କା ମୌର୍ଯ୍ୟ ସବୁଠାରୁ ଆଗରେ ରହୁଥିଲେ। ହେଲେ ଏବେ ସେ କଂଗ୍ରେସ ଛାଡ଼ି ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।
Powered by Froala Editor