ବିବାହ ବନ୍ଧନରେ ମକେଡିଆନ ସୁଗନ୍ଧା-ସଙ୍କେତ

ଏପ୍ରିଲ୍ ୨୬ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମକେଡିଆନ ସୁଗନ୍ଧା ମିଶ୍ରା ଏବଂ ସଙ୍କେତ ଭୋସଲେ । ସୁଗନ୍ଧାଙ୍କ ବନ୍ଧୁ ତଥା ନିର୍ମାତା ପ୍ରୀତି ସିମନ୍ସ ତାଙ୍କ ଇନଷ୍ଟାଗ୍ରାମରେ ବିବାହ ଫଟୋ ପୋଷ୍ଟ କରିଛନ୍ତି । ସୁଗନ୍ଧା ତାଙ୍କ ଇନଷ୍ଟାଗ୍ରାମରେ ମେହେନ୍ଦୀ ସମାରୋହର ଅନେକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ହାତରେ ମେହେନ୍ଦୀ ଲଗାଇଥିବା ଦେଖାଇଛନ୍ତି । ଏହି ସମୟରେ ସୁଗନ୍ଧା ସବୁଜ ଲେହେଙ୍ଗା ସହିତ ଭାରି ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ସଙ୍କେତ ମେହେନ୍ଦି ସମାରୋହର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସଙ୍କେତ କ୍ୟାପସନରେ ଲେଖିଛନ୍ତି – ‘ମେହେନ୍ଦି ଲାଗା କେ ରଖନା ।’ ଏହାବ୍ୟତୀତ ସଙ୍କେତ ଭୋସଲେ ଏବଂ ସୁଗନ୍ଧା ମିଶ୍ରା ଇନଷ୍ଟାଗ୍ରାମରେ ରୋମାଣ୍ଟିକ ଫଟୋ ସେୟାର କରି ବିବାହର ସୂଚନା ଦେଇଥିଲେ । ସୁଗନ୍ଧା ତାଙ୍କ କ୍ୟାପସନରେ ଲେଖିଥିଲେ- ‘ସର୍ବଦା ଏକାଠି ।’ ସେହିପରି ସଙ୍କେତ ତାଙ୍କ ପୋଷ୍ଟରେ ଲେଖିଥିଲେ – ‘ମୋତେ ସୁଗନ୍ଧା ମିଶ୍ରାଙ୍କ ରୂପରେ ମୋର ସନସାଇନ୍ ମିଳିଛି ।’
Powered by Froala Editor