ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସି ପଡ଼ିଲା ଡଙ୍ଗା ଉପରେ, ଏହାପରେ...

ବ୍ରାସିଲିଆ: ବ୍ରାଜିଲରେ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁଁ ଶନିବାର ମିନସ ଗେରୈସ ରାଜ୍ୟରେ ଅଘଟଣ ଘଟିଛି । ପାହାଡ଼ରୁ ବଡ଼ ପଥର ଖଣ୍ଡ ଖସି ନଦୀରେ ଯାଉଥିବା ଡଙ୍ଗା ଉପରେ ପଡ଼ିଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି ୨୦ରୁ ଅଧିକ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି ।
ଦକ୍ଷିଣପୂର୍ବ ବ୍ରାଜିଲର ଲ୍ୟାଣ୍ଡଲକ ରାଜ୍ୟ ମିନସ ଗେରୈସର ପୂର୍ବତନ ଗଭର୍ଣ୍ଣର ରୋମୁ ଜେମା କହିଛନ୍ତି, ପ୍ରବଳ ବର୍ଷା ଯୋଗୁ କୌପିଟୋଲିୟୋରେ ଫର୍ନାସ ହ୍ରଦରେ ପାହାଡ଼ର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା । ବଡ଼ ବଡ଼ ପଥର ଖଣ୍ଡ ତଳକୁ ପଡ଼ିବା ବେଳେ ସେହି ସମୟରେ ଏକ ଡଙ୍ଗା ଯାଉଥିଲା । ଫଳରେ ଏଭଳି ଅଘଟଣ ଘଟିଛି । ଏହି ଘଟଣାରେ ମୃତାହତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି । ଖୁବ୍ଶୀଘ୍ର ସହାୟତା ରାତି ପ୍ରଦାନ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଆହତଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor