ଆଜି ଦେଶରେ କରୋନା ସଂକ୍ରମଣ ଲକ୍ଷେ ପାର୍
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୧ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ । ଆଜି ଦେଶରେ ୧ଲକ୍ଷ ୪୧ହଜାର ୩୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୨.୦୫ ପ୍ରତିଶତରୁ କମ୍ ରହିଛି।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୪ଲକ୍ଷ ପାର୍ କରିଛି। ଦେଶରେ ସକ୍ରିୟ ମାମଲା ରହିଛି ୪ଲକ୍ଷ ୭୨ହଜାର ୧୬୯ରହିଛି ଓ ଏବେ ସୁଦ୍ଧା ମୋଟ ୩କୋଟି ୪୪ଲକ୍ଷ ୧୨ହଜାର ୭୪୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
Powered by Froala Editor