ଜେଲ୍ କର୍ତ୍ତୃପକ୍ଷଙ୍କୁ ଦେଖି ଭୟରେ ମୋବାଇଲ ଗିଳିଦେଲା କଏଦୀ
ଜେଲ୍ରେ ମୋବାଇଲ ଗିଳିଦେଲେ କଏଦୀ । ଜେଲ୍ କର୍ତ୍ତୃପକ୍ଷ ଚେକିଂ କରୁଥିବାବେଳେ ଭୟରେ କଏଦୀ ଜଣକ ଏପରି କରିଥିବା ଜଣାପଡିଛି । ଏ ଘଟଣା ତିହାର ଜେଲ୍ ଭିତରେ ଘଟିଛି ।
କଏଦୀ ଜଣଙ୍କ ଦୀର୍ଘ ଦିନ ହେଲା ଜେଲରେ ବନ୍ଦୀ ହୋଇ ରହିଥିଲେ। ତେବେ ଏହି ସମୟରେ ସେ ମୋବାଇଲର ବ୍ୟବହାର କରୁଥିଲେ। ଜାନୁଆରୀ ୫ରେ ଜେଲ କର୍ତ୍ତୃପକ୍ଷ ଚେକିଂ ପାଇଁ ପହଞ୍ଚିବା କ୍ଷଣି ସେ ଡରି ଯାଇଥିଲେ। ଜେଲ କର୍ତ୍ତୃପକ୍ଷ ତାଙ୍କର ଚେକିଂ ପାଇଁ ଆସୁଥିବା ଜାଣି କିଛି ଭାବିବା ଚିନ୍ତିବା ଆଗରୁ ସେ ତୁରନ୍ତ ମୋବାଇଲଟିକୁ ଗିଳି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀରେ ଥିବା ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ହେଲେ ମୋବାଇଲ ତାଙ୍କ ପେଟରୁ ବାହାରି ନାହିଁ ବୋଲି ତିହାର ଜେଲର ଡିଜି ସନ୍ଦୀପ ଗୋଏଲ କହିଛନ୍ତି।
Powered by Froala Editor