କ୍ୟାମେରାରେ କଏଦ ହେଲା ବିରଳ କ୍ଲାଉଡେଡ ଲିଓପାର୍ଡ
ନାଗାଲାଣ୍ଡରେ ଏକ ବିରଳ ଧରଣର ବାଘ ଦେଖିବାକୁ ମିଳିଛି । ଏହି ବାଘକୁ ଗବେଷଣାକାରୀମାନେ କ୍ଲାଉଡେଡ୍ ଲିଓପାର୍ଡ ବୋଲି କହୁଛନ୍ତି । ଏହି ବାଘ ଗଛ ଚଢ଼ିବାରେ ମାହିର ବୋଲି ଜଣାପଡ଼ିଛି। ଏହି ବାଘର ପନଝା ବହୁତ ବଡ଼ । ଏହା ସାହାଯ୍ୟରେ ସେ କେବଳ ଦ୍ରୁତ ଗତିରେ ଗଛରେ ଚଢ଼ିପାରେ ତାହା ନୁହେଁ, ଓଲଟା ଝୁଲିବି ପାରେ। ନାଗାଲାଣ୍ଡ ପାହାଡରେ ଏହି ବାଘ ପ୍ରଥମ ଥର ଦେଖିବାକୁ ମିଳିଥିବାବେଳେ ଏହା ଉପରେ ଅଧିକ ରିସର୍ଚ୍ଚ ଜାରି ରହିଛି ।
ନ୍ୟାସନାଲ୍ ଜିଓଗ୍ରାଫିକ୍ ଅନୁଯାୟୀ, କ୍ଲାଉଡେଡ ଚିତାବାଘ ହରିଣ, ଘୁଷୁରୀ ଏବଂ ମାଙ୍କଡ଼ଆଦିଙ୍କୁ ଶିକାର କରନ୍ତି। ଏହା ବ୍ୟତୀତ ସେମାନେ ଛୋଟ କୀଟପତଙ୍ଗ ଏବଂ ପକ୍ଷୀ ମଧ୍ୟ ଖାଇଥାଆନ୍ତି।
ରିପୋର୍ଟ ଅନୁଯାୟୀ, ଏକ ଗବେଷଣାକାରୀ ଦଳ ନାଗାଲାଣ୍ଡର ଇଣ୍ଡୋ-ମିଆଁମାର ସୀମାରେ ଥିବା ଏକ ଜଙ୍ଗଲରେ ୩,୭୦୦ ମିଟର ଉଚ୍ଚରେ ଲୁଚି ରହିଥିବା (କ୍ଲାଉଡେଡ ଲିଓପାର୍ଡ) ଶରୀରରେ ବାଦଲ ଭଳି ଚିତ୍ର ଆଙ୍କି ହୋଇଥିବା ଏକ ବାଘକୁ ଦେଖିବାକୁ ପାଇଥିଲେ। କ୍ଲାଉଡେଡ ବାଘ ଗବେଷଣାକାରୀଙ୍କ ଦ୍ବାରା ରକ୍ଷା ଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି। ଏହି ବାଘଟି ଏକ ବଡ଼ ବିଲେଇ ଭଳି ଦେଖାଯାଉଛି।
Powered by Froala Editor