ତାମିଲନାଡୁରେ କଟକଣା କଡ଼ାକଡ଼ି, ନିୟମ କ’ଣ ରହିଛି ଜାଣନ୍ତୁ

ଚେନ୍ନାଇ : ତାମିଲନାଡୁରେ କୋଭିଡର ଦ୍ରୁତ ସଂକ୍ରମଣ ଯୋଗୁଁ ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ସରକାର ପ୍ରତି ରବିବାର ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା ରବିବାର ୯ ତାରିଖ) ଠାରୁ ଏହା କାର୍ଯ୍ୟକାରୀ ହେବ । ଅନ୍ୟ ପକ୍ଷେ ଆଜି ଠାରୁ ରାଜ୍ୟରେ ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଜାରି ହେବ ।
ଏକ ନିଦେ୍ର୍ଧଶାବଳୀ ଜାରି କରି ରାଜ୍ୟ ସରକାର କହିଛନ୍ତି, ୧ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଅଫଲାଇନ କ୍ଲାସ ହେବନି । ଦଶମ, ଏକାଦଶ, ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ କ୍ଲାସ ହେବ । ମେଡିକାଲ କଲେଜକୁ ବାଦ ଦେଲେ ରାଜ୍ୟରେ ଅନ୍ୟ ସମସ୍ତ କଲେଜ ଆସନ୍ତା ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଟ୍ରେନିଂ ଏବଂ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ବସ, ମେଟ୍ରୋ ଟେନ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ।
Powered by Froala Editor