କୋଭିଡ ରୋଗୀଙ୍କ ସଙ୍ଗରୋଧ ପାଇଁ ନୂଆ ନିଦେ୍ର୍ଧଶାବଳୀ
ନୂଆଦିଲ୍ଲୀ: ଦେଶରେ ୯୦ହଜାର ୯୨୮ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ସଂକ୍ରମଣ ସଂଖ୍ୟା ୩୨ହଜାର ବୃଦ୍ଧି ହୋଇଛି । ଦେଶରେ ସକି୍ରୟ ମାମଲା ୨ଲକ୍ଷ ୮୫ହଜାର ୪୦୧ ରହିଛି । ତେବେ ଦେଶରେ ସଂକ୍ରମଣ ବଢ଼ିବାରୁ କେନ୍ଦ୍ର ସରକାର ଲକ୍ଷଣ ନଥିବା ଏବଂ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଗୃହ ସଙ୍ଗରୋଧ ପାଇଁ ନୂଆ ନିଦେ୍ର୍ଧଶାବଳୀ ଜାରି କରିଛନ୍ତି ।
-କରୋନା ସଂକ୍ରମିତ ହୋଇ ଗୃହ ସଙ୍ଗରୋଧରେ ରହୁଥିବା ରୋଗୀ ପରିବାରର ଅନ୍ୟମାନଙ୍କ ଠାରୁ ପୃଥକ ରହିବା ଉଚିତ ।
-ସଠିକ ଭେଣ୍ଟିଲେସନ ଥିବା ଗୃହରେ ରହିବା ଆବଶ୍ୟକ । ଘରର ଝରକା ଖୋଲା ରହିବା ଦରକାର ।
-ରୋଗୀ ସବୁ ସମୟରେ ତିନି ଥାକିଆ ମାସ୍କ ବ୍ୟବହାର କରିବା ଉଚିତ ।
-ଏହି ନୂଆ ନିଦେ୍ର୍ଧଶାବଳୀ ଅଧୀନରେ ପୂର୍ବରୁ ଗୃହ ସଙ୍ଗରୋଧ ସମୟ ୧୦ ଦିନ ଥିବା ବେଳେ ଏବେ ଏହା ୭ ଦିନକୁ କମାଯାଇଛି ।
-୭ ଦିନ ପରେ ଗୃହ ସଙ୍ଗରୋଧରୁ ବାହାରିବେ । ଏହା ପରେ ପୁନର୍ବାର ଟେଷ୍ଟିର ଆବଶ୍ୟକତା ନାହିଁ ।
ଓମିକ୍ରନ ଏବେ ଦେଶରେ ଏକ ପ୍ରମୁଖ ପ୍ରଜାତିରେ ପରିଣତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି । ବିଭିନ୍ନ ପ୍ରମୁଖ ସହରମାନଙ୍କରେ ଲଗାତାର ଭାବେ ସଂକ୍ରମଣ ମାମଲା ଅଧିକ ରହୁଛି ।
Powered by Froala Editor