ଓମିକ୍ରନ୍ ଚିହ୍ନଟ କରିବ ’Omisure’ କିଟ୍
କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ରୁତ ବିସ୍ତାର ହେତୁ ବିଶେଷଜ୍ଞମାନେ ଚିନ୍ତାରେ ପଡିଯାଇଛନ୍ତି । ତେବେ କିଛି ବିଶେଷଜ୍ଞ ଆକଳନ କରିଛନ୍ତି ଯେ, ମାସେ ମଧ୍ୟରେ ଏହା ଡେଲ୍ଟାର ସ୍ଥାନ ନେବ । AIIMSର କମ୍ୟୁନିଟି ବିଭାଗର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ପରେ ଆମେରିକା, ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶରେ ସମାନ ଧାରା ଦୃଶ୍ୟମାନ ହେଉଛି । ଦେଶରେ ମଧ୍ୟ ଓମିକ୍ରନ୍ କାରଣରୁ ନୂତନ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ଏପଟେ ଆଇସିଏମ୍ଆର୍ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର କିଟକୁ ମଞ୍ଜୁରି ଦେଇଛି । ଏହି କିଟକୁ ଟାଟା ମେଡିକାଲ ତିଆରି କରିଛି । ଯାହାର ନାମ ହେଉଛି ’Omisure’ । ଟାଟା ମେଡିକାଲ ଦ୍ୱାରା ତିଆରି ହୋଇଥିବା ଏହି କିଟକୁ ୩୦ ଡିସେମ୍ବରରେ ମଞ୍ଜୁରି ମିଳିସାରିଥିଲା । ଯାହାର ସୂଚନା ଏବେ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ଦେଶରେ ଓମିକ୍ରନ ମାମଲା ଚିହ୍ନଟ କରିବା ପାଇଁ ଅନ୍ୟ ଏକ କିଟର ବ୍ୟବହାର କରାଯାଉଛି । ଏହି ମଲ୍ଟିପ୍ଲେକ୍ସ କିଟ୍ ଆମେରିକାର ଥର୍ମୋ ଫିସର ଦ୍ୱାରା ତିଆରି କରାଯାଇଛି । ତେବେ ବର୍ତ୍ତମାନ ଟାଟାର ଯେଉଁ କିଟକୁ ICMR ମଞ୍ଜୁରି ଦେଇଛି ଏହାର ନାମ ହେଉଛି TATA MD CHECK RT-PCR Omisure ଅଟେ ।
Powered by Froala Editor