ଦେଶରେ ୩୭ହଜାର ୩୭୯ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ବର୍ତ୍ତମାନ ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ଘଣ୍ଟାରେ ଦେଶରେ ୩୦ହଜାର ପାର୍ କରିଛି ଦୈନିକ ସଂକ୍ରମଣ । ଆଜି ଦେଶରେ ୩୭ହଜାର ୩୭୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭ ହାର ୦.୬୮ ପ୍ରତିଶତରୁ କମ୍ ରହିଛି ଓ ଦୈନିକ ପଜିଟିଭ୍ ହାର ୦.୭୯ ପ୍ରତିଶତରେ ପହଞ୍ଚିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧ଲକ୍ଷ ୭୧ହଜାର ୮୩୦ ରହିଛି ଓ ଏବେ ସୁଦ୍ଧା ମୋଟ ୩କୋଟି ୪୩ଲକ୍ଷ ୬ହଜାର ୪୧୪ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor