କାର୍ ଉପରକୁ ଆକ୍ରମଣ ପରେ ପାକିସ୍ତାନ ସରକାରଙ୍କୁ ଏମିତି ସମାଲୋଚନା କଲେ ରେହମ୍ ଖାନ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନଙ୍କ କାର ଉପରେ ଆକ୍ରମଣ ହୋଇଛି। ରେହମ ତାଙ୍କ ଟ୍ୱିଟ୍ରରେ ଲେଖିଛନ୍ତି, ମୋ ପୁତୁରା ବାହାଘରରୁ ଫେରୁଥିବା ବେଳେ ମୋ କାରକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା। ଏହା ସହିତ ବାଇକ୍ରେ ଆସିଥିବା ଦୁଇ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ମୋ ଗାଡ଼ିକୁ ଅଟକାଇ ଥିଲେ। ମୁଁ ଗାଡ଼ି ବଦଳାଇ ଦେଇଥିଲି। କାରରେ ମୋ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇର ଥିଲେ। ମୁଁ ବହୁକଷ୍ଟରେ ଅନ୍ୟ ଗାଡିରେ ଘରକୁ ଫେରିବାକୁ ସମର୍ଥ ହେଲି । ମୋ ଗାଡିରେ ଡ୍ରାଇଭର୍ ଓ ସିକ୍ୟୁରିଟି ଗାର୍ଡ ରହିଗଲେ । ଏହା ହେଉଛି ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନ? ଏଭଳି ଭୀରୁ ଓ ଡକାୟତଙ୍କ ଦେଶକୁ ଆପଣମାନଙ୍କୁ ସ୍ୱାଗତ!!
ରେହମ ଜଣେ ପୂର୍ବତନ ଟେଲିଭିଜନ ଉପସ୍ଥାପିକା। ୨୦୧୪ରେ ଇମ୍ରାନ ଖାନ୍ଙ୍କୁ ସେ ବିବାହ କରିଥିଲେ। ତେବେ ୨୦୧୫ ଅକ୍ଟୋବର ୩୦ରେ ସେମାନଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ଅନେକ ସମୟରେ ଇମ୍ରାନ ଖାନଙ୍କୁ ତୀବ୍ର ସମାଲୋଚନା କରି ଚର୍ଚ୍ଚାରେ ରହିଛନ୍ତି ରେହମ। ସେ ଇମ୍ରାନଙ୍କ ସରକାରର କାର୍ଯ୍ୟଧାରାକୁ ସର୍ବସାଧାରଣରେ ସମାଲୋଚନା କରନ୍ତି। ୨୦୧୯ ପୁଲୱାମା ଆକ୍ରମଣ ବେଳେ ସେ କହିଥିଲେ ଯେ ଇମ୍ରାନ ଖାନ ପାକିସ୍ତାନ ସେନାର ସଖୀ କଣ୍ଢେଇ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତିନିଥର ବିବାହ କରିଛନ୍ତି । ଇମ୍ରାନଙ୍କ ପ୍ରଥମ ପତ୍ନୀଙ୍କ ନାମ ଜେମିମା ଗୋଲ୍ଡସ୍ମିଥ୍ ଖାନ୍, ଦ୍ଵିତୀୟ ପତ୍ନୀଙ୍କ ନାମ ରେହମ୍ ଖାନ୍ ଓ ତୃତୀୟ ପତ୍ନୀଙ୍କ ନାମ ବୁଶ୍ରା ମେନକା । ବୁଶ୍ରା ଏବେ ଇମ୍ରାନଙ୍କ ସହିତ ରହୁଛନ୍ତି ।
Powered by Froala Editor