ଲାଲ୍ବାହିନୀର ବର୍ବରକାଣ୍ଡ: ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

ମାଲକାନଗିରି: କିଛିଦିନର ନିରବତା ପରେ ପୁଣି ମାତିଲେ ମାଓବାଦୀ । ଘଟାଇଛନ୍ତି ବର୍ବରକାଣ୍ଡ । ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ । ବାସାଗୁଡ଼ା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୫ରୁ ୬ଜଣ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲେ ଗାଁର ହେମନ୍ତ ବଡ଼ି । ସେ ଜଣେ ମାନସିକ ବିକାରଗ୍ରସ୍ତ । ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ମୃତଦେହ ନିକଟରେ ଏକ ଚିଠି ଛାଡ଼ି ଯାଇଛନ୍ତି । ଗ୍ରାମବାସୀଙ୍କ ଠାରୁ ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ଏହି ଘଟଣା ପରେ ଏବେ ଗାଁରେ କୋକୁଆ ଭୟ ଖେଳି ଯାଇଛି । ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ପୁଲିସ୍ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
Powered by Froala Editor