ଛେଳି ଚୋରି ଅଭିଯୋଗରେ ଏଏସଆଇ ନିଲମ୍ବିତ
ବଲାଙ୍ଗିର: ନୂଆବର୍ଷରେ ନୂଆ କଥା । ଚୋର ଧରୁଥିବା ପୋଲିସ୍ ନାଁ’ରେ ଚୋରି ଅଭିଯୋଗ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସିନେ୍ଧକେଲା ଗୁରୁ ପଡାଠାରେ । ଛେଳି ଚୋରି ଅଭିଯୋଗରେ ସିନେ୍ଧକେଲା ଥାନା ଏଏସଆଇ ନିଲମ୍ବିତ ହୋଇଛନ୍ତି । ଏଏସ୍ଆଇ ସୁମନ ମଲ୍ଲିକଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସପି । ବଲାଙ୍ଗିର ସିନ୍ଧକେଲା ପୋଲିସ ଛେଳି ଚୋରି କରି ଭୋଜି କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ସିନ୍ଧକେଲା ଥାନା ଘେରାଉ କରିଥିଲେ ।
ଅଭିଯୋଗ ଅନୁସାରେ, ସଂର୍କୀତନ ଗୁରୁ ତାଙ୍କର ଛେଳି ହଜି ଯାଇଥିବା ନେଇ ଖୋଜାଖୋଜି କରିଥିଲେ । ଏହି ସମୟରେ ପୋଲିସ କର୍ମଚାରୀମାନେ ଛେଳି ଦୁଇଟିକୁ ନେଇ ମାରୁଥିବା ତାଙ୍କ ଝିଅ ଦେଖିଥିଲେ । ଏନେଇ ପଚାରିବାରୁ ପୋଲିସ ସେମାନଙ୍କୁ ଥାନାରୁ ବାହାର କରିଦେବାରୁ ଉତେଜନା ପ୍ରକାଶ ପାଇଥିଲା ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲା ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଚାପା ଉତେଜନା ଦେଖାଦେଇଥିଲା । ସିନ୍ଧକେଲା ଥାନାକୁ ଯୋଗଦେଇଥିବା ନୂତନ ଥାନା ଅଧିକାରୀଙ୍କୁ ନୂଆବର୍ଷ ଭୋଜିରେ ପୋଲିସ କର୍ମଚାରୀ ମାନେ ଏକ ଛେଳି ମାଂସ ଖାଇବାକୁ ଦେଇଥିଲେ । ତାହା ପୁଣି ନିଜେ କିଣି ଆଣିଥିବା ଛେଳି ମାଂସ ନୁହେଁ, ଥାନା ଭିତରକୁ ପଶି ଆସିଥିବା ଛେଳିକୁ ଜୋର ଜବରଦସ୍ତ କରି ଛେଳି ମାଲିକକୁ ନଜଣାଇ ଛେଳି ମାରି ଖାଇ ଦେଇଥିବା ଅଭିଯୋଗ ହୋଇଥିଲା ।
Powered by Froala Editor