ନୂଆ ବର୍ଷରୁ ନୂଆ ବ୍ୟବସ୍ଥା ଲାଗୁ: ଆଉ ଗାଡ଼ି ଚାଳକଙ୍କୁ ମିଳିବନି ସ୍ମାର୍ଟକାର୍ଡ
ଭୁବନେଶ୍ୱର : ପରିବହନ ବିଭାଗ ନୂଆ ବର୍ଷରୁ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଆଉ ଗାଡ଼ି ଚାଳକଙ୍କୁ ସ୍ମାର୍ଟ କାର୍ଡ ମିଳିବ ନାହିଁ । ଗାଡ଼ି ଚାଳକ ସେମାନଙ୍କ ଗାଡ଼ି ଚାଳନା ଅନୁମତି (ଡିଏଲ) ବାବଦରେ ସ୍ମାର୍ଟ କାର୍ଡ ବଦଳରେ ନିଜେ ସଞ୍ଚାର ମାଧ୍ୟମରେ ନିଜର ଗାଡ଼୍ି ଚାଳନା ଅନୁମତିକୁ ଡାଉନଲୋଡ କରି ଛପାଇ ପାରିବେ । ଫଳରେ ଗାଡି ଚାଳକଙ୍କୁ ଆଉ ଡିଏଲର ସ୍ମାର୍ଟ ଚିପ୍ କାର୍ଡ ବାବଦରେ ଅର୍ଥ ପୈଠ କରିବାକୁ ହେବ ନାହିଁ । ଗାଡ଼ି ଚାଳନା ଅନୁମତି ପତ୍ର ବାବଦରେ ମାତ୍ର ୧୪୦ ଟଙ୍କା ଜମା କରିବାକୁ ହେବ ।
ଗାଡ଼ି ଚାଳନା ଅନୁମତି ପତ୍ର ବାବଦରେ ସଞ୍ଚାର ମାଧ୍ୟମରେ ଏମ-ପରିବହନ ମାଧ୍ୟମରେ ଆବେଦନ କରିବାକୁ ହୋଇଥାଏ । ଯାହା ପୂର୍ବରୁ ଆବେଦନ କରିବାକୁ ପଡୁଥିଲା ସେପରି କରିବାକୁ ହେବ । ହେଲେ ଗାଡ଼ି ଚାଳନାର ଅନୁମତି ପତ୍ର ସ୍ମାର୍ଟ ଚିପ କାର୍ଡ ପାଇବା ଲାଗି ସାଧାରଣ ଲୋକଙ୍କୁ ଅପେକ୍ଷା କରିବାକୁ ପଡିଥାଏ । ସ୍ମାର୍ଟ କାର୍ଡ ଡିଏଲକୁ ଡାକ ମାଧ୍ୟମରେ ଘରକୁ ପଠାଯାଇଥାଏ । ଅନେକ ସମୟରେ ଏହି କାର୍ଡ ପହଞ୍ଚିବା ବିଳମ୍ବ ହେଉଥିବାରୁ ଆବେଦନକାରୀଙ୍କୁ ବାରମ୍ବାର ଏ ନେଇ ଆସିବାକୁ ପଡିଥାଏ ।
Powered by Froala Editor