କରୋନାରେ ୧୦ ଜଣଙ୍କ ମୃତୁ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଜି ୧୦ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁୁ ସର୍ବାଧିକ ୪, ସୁନ୍ଦରଗଡରୁ ୩ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ରାୟଗଡା ଜିଲ୍ଲାରୁ ୨ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ରାଜ୍ୟରେ କରୋନାଜନିତ ମୃତୁ୍ୟସଂଖ୍ୟା ୨ ହଜାର ୭କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଏଯାବତ ଅନୁଗୁଳରେ ୩୭, ବାଲେଶ୍ୱରରେ ୯୮, ବରଗଡ଼ରେ ୪୪, ଭଦ୍ରକରେ ୨୮, ବଲାଙ୍ଗୀରରେ ୪୯, ବୌଦ୍ଧରେ ୧୨, କଟକରେ ୧୪୫, ଦେବଗଡ଼ରେ ୫, ଢେଙ୍କାନାଳରେ ୨୯, ଗଜପତିରେ ୩୨, ଗଞ୍ଜାମରେ ୨୫୭, ଜଗତସିଂହପୁରରେ ୩୮, ଯାଜପୁରରେ ୨୬, ଝାରସୁଗୁଡ଼ାରେ ୨୮, କଳାହାଣ୍ଡିରେ ୩୯, କନ୍ଧମାଳରେ ୩୫, କେନ୍ଦ୍ରାପଡ଼ାରେ ୨୯, କେନ୍ଦୁଝରରେ ୪୧, ଖୋର୍ଦ୍ଧାରେ ୩୫୧, କୋରାପୁଟରେ ୧୬, ମାଲକାନାଗିରିରେ ୨୫, ମୟୂରଭଞ୍ଜରେ ୯୧, ନବରଙ୍ଗପୁରରେ ୧୪, ନୟାଗଡ଼ରେ ୪୫, ପୁରୀରେ ୧୨୦, ରାୟଗଡ଼ାରେ ୫୨, ସମ୍ବଲପୁରରେ ୮୦, ସୁବର୍ଣ୍ଣପୁରରେ ୨୧, ସୁନ୍ଦରଗଡ଼ରେ ୧୮୫ ଜଣଙ୍କର ମୃତୁ୍ୟ ହୋଇଛି ।
Powered by Froala Editor