ସାବଧାନ! ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତିକି?
ଯେତେ ସାବଧାନତା ସତ୍ୱ ମଧ୍ୟ ଆଜିର ସାଧାରଣ ଜନତା ପ୍ଲାଷ୍ଟିକର ବ୍ୟବହାରକୁ କମେଇବା ସମ୍ଭବପର ହେଉନାହିଁ । ଆଜିକାଲି ପ୍ଲାଷ୍ଟିକର ବ୍ୟବହାର ଏତେ ପରିମାଣରେ ବଢ଼ିଗଲାଣି ଯେ ପ୍ଲାଷ୍ଟିକ ଯେପରି ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଗଲାଣି । ଏପରିକି ନିଜ ଖାଇବା ପିଇବା ସାମଗ୍ରୀରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ହେଲେ ଆମ ଅଜାଣତରେ ଏହାର ବ୍ୟବହାର ଆମ ପାଇଁ କାଳ ହେଉଛି । ଆପଣ ଜାଣିଛନ୍ତି କି? ଖାଦ୍ୟ ଠାରୁ ଅଧିକ କ୍ଷତିକାରକ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା । ଏହା ଆମ ଶରୀର ପାଇଁ ସ୍ଲୋ ପଏଜନ ବା ଧୀମା ଜହର ଭଳି କାର୍ଯ୍ୟ କରେ । ଏହା ଦ୍ୱାରା ଆମ ଶରୀରକୁ ଏପରି ରୋଗ ଗ୍ରସ୍ତ କରେ ଜାହା ହୁଏତ ଆପଣ ଜାଣିଲା ପରେ ଏହାକୁ ଆପଣଙ୍କ ଜୀବନରୁ ଦୂରେଇ ଦେବାର ନିଷ୍ପତି ନେବେ । ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କେତେ କ୍ଷତିକାରକ ।
ଆଜିକାଲି ବିଭିନ୍ନ ଡ଼ିଜାଇନ, ଅନେକ ରଙ୍ଗ ଓ ଷ୍ଟାଇଲର ପ୍ଲାଷ୍ଟିକ ବୋତଲ ଅଧିକ ଆକର୍ଷଣୀୟ । ଏଥିପାଇଁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆମମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ଜାଣନ୍ତି କି ପ୍ଲାଷ୍ଟିକ ବୋତଲ ଯେତେ ଦାମୀ ହେଉନା କାହିଁକି ଏସବୁ କେମିକାଲ୍ସ ଓ ବ୍ୟାକ୍ଟେରିଆରେ ଭରପୁର ।
- ପ୍ଲାଷ୍ଟିକ ବୋତଲ ଗୁଡ଼ିକରୁ ଫ୍ଲୋରାଇଡ଼,ଆର୍ସେନିକ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୁଏ, ଯାହା ମଣିଷ ଶରୀର ପାଇଁ ବିଷ ସହ ସମାନ । ତେଣୁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଅର୍ଥ ଆପଣ ଧୀମା ଜହର ପିଉଛନ୍ତି ।
- ଆମ ଅଜାଣତରେ ପ୍ଲାଷ୍ଟିକ ସାମାନ୍ୟ ଅଧିକ ତାପମାତ୍ରାରେ ମଧ୍ୟ ତରଳିବାକୁ ଲାଗେ । ଫଳରେ ଡ଼ାଅକ୍ସିନ ଓ ପଲିଥିଲିନ ଟେପେଫ୍ୟାଥାଲେଟ୍ ନାମକ ରସାୟନିକ ପଦାର୍ଥ ବାହାରେ, ଯାହା ସ୍ତନ କର୍କଟର ଆଶଙ୍କାକୁ ଅନେକ ମାତ୍ରାରେ ବଢ଼ାଇଦିଏ ।
- ଏହାସହ ବାଇଫିନାଏଲ ନାମକ ଏକ ରସାୟନ ନିର୍ଗତ ହୁଏ ଯାହା ମଧୁମେୟ, ନପୁଂସକତା ପରି ସମସ୍ୟା ପାଇଁ ଦାୟୀ ।
- ପ୍ଲାଷ୍ଟିକରେ ଫ୍ୟାଥଲେଟ୍ସ ପରି କେମିକାଲ ମହଜୁଦ ଥାଏ, ଯାହା ମଣିଷ ଶରୀରରେ ଲିଭର କ୍ୟାନ୍ସର ପରି ଘାତକ ରୋଗର ଆଶଙ୍କାକୁ ବଢ଼ାଇଦିଏ ।
- ପ୍ଲାଷ୍ଟିକରୁ ନିର୍ଗତ ଏକାଧିକ ପ୍ରକାର ରସାୟନିକ ପଦାର୍ଥ ମନୁଷ୍ୟ ଶରୀରରେ କିଛି ଗୁରୁତ୍ୱପୂର୍ଣ୍ଣ ହରମୋନ ମାତ୍ରାକୁ ଅସନ୍ତୁଳିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଦିଏ ।
- ଏହାଦ୍ୱାରା ମାଇଗ୍ରେନ ଓ ମେଦବହୁଳତା ପରି ସମସ୍ୟା ଦେଖାଦିଏ ବୋଲି ବିଶେଷଜ୍ଞଙ୍କ ମତ ।
ଏପରି ସ୍ଥିତିରେ ଧ୍ୟାନ ରଖନ୍ତୁ ପ୍ଲାଷ୍ଟିକ ବୋତଲରେ ନା ପାଣି ନା ଅନ୍ୟ କୌଣସି ପାନୀୟ ପିଅନ୍ତୁ ନାହିଁ । ବରଂ କାଚ ବୋତଲରେ ରଖାଯାଇଥିବା ପାଣି କିମ୍ବା କୌଣସି ମୃଦୁ ପାନୀୟକୁ ପିଅନ୍ତୁ । ଘରେ ମଧ୍ୟ ପାଣି ରଖିବାକୁ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବ୍ୟବହାର କରନ୍ତୁ ।
Powered by Froala Editor