କୁହୁଡ଼ି ହେଲା କାଳ, ଓଲଟିଲା ଯାତ୍ରୀବାହୀ ବସ୍

ଜଗତସିଂହପୁର: କୁହୁଡ଼ି ହେଲା କାଳ । ଓଲଟିଲା ଯାତ୍ରୀବାହୀ ବସ୍ । ଏଭଳି ଅଘଟଣ ଘଟିଛି କଟକ ପାରାଦୀପ ରାସ୍ତାର ପନ୍ଦର ନମ୍ବର ତେଲଟାଙ୍କି ନିକଟରେ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ରବିବାର ସକାଳୁ ସାଗର ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ନେଇ ପାରାଦୀପରୁ କଟକ ଅଭିମୁଖେ ଯାଉଥିଲା । କଟକ ପାରାଦୀପ ରାଜ୍ୟ ରାଜପଥର ପନ୍ଦର ନମ୍ବର ତେଲ ଟାଙ୍କି ନିକଟରେ ଚାଳକ ଭାରସାମ୍ୟ ହରାଇ ଥିଲେ । ଫଳରେ ବସ୍ଟି ରାସ୍ତା କଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣା ସଂପର୍କରେ ଖବରପାଇ ଦେବଦୂତ ସାଜିଥିଲେ ସଡ଼କ ସୁରକ୍ଷା ବାହିନୀ । ତୁରନ୍ତ ପହଞ୍ଚି ଥିଲେ ଦୁର୍ଘଟଣାସ୍ଥଳରେ । ଆଉ ବସ୍ରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନା ପଠାଇଥିଲେ । ବସ୍ରେ ଥିବା ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ହେଲପର ଗୁରୁତର ଥିବା ଜଣାପଡ଼ିଛି ।
Powered by Froala Editor