ଏହି ଆପ୍ କରିବ ଏକାଗ୍ରତା ବୃଦ୍ଧି
କେମ୍ବି୍ରଜ୍ ଗବେଷକମାନେ ଏକ ନୂଆ ଆପ୍ ପ୍ରସ୍ତୁତ କରିଛନ୍ତି । ଯାହାକୁ ବ୍ୟବହାର କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇବ । ଏହାସହିତ ଦୈନନ୍ଦିନ ଜୀବନରେ ଆମେ ସାମ୍ନା କରୁଥିବା ଚାପର ଔଷଧ ଭାବେ କାମ କରିବ । ନୂଆ ଟେକ୍ନୋଲୋଜିର ବିକାଶ ହେବା ପରଠୁ ଇମେଲ, ଚିଠି ଆଦିର ତୁରନ୍ତ ପ୍ରତିକ୍ରିୟା ଦେବାକୁ ପଡୁଛି । ତେଣୁ ଯୁବ ବର୍ଗ ଏସବୁରେ ଏକାଗ୍ରତା ରକ୍ଷା କରିପାରୁନାହାଁନ୍ତି ବୋଲି ଫ୍ରଣ୍ଟିଅର୍ସ ପତ୍ରିକାର ବିହେଭିଓରାଲ୍ ନୁ୍ୟରୋସାଇନ୍ସରେ ପ୍ରକାଶିତ ଅଧ୍ୟୟନରେ ଗବେଷକ ମାନେ ଉଲ୍ଲେଖ କରିଛନ୍ତି ।
ଏହି ଏକାଗ୍ରତାରେ ବ୍ୟାଘାତ ଜନିତ ସମସ୍ୟାର କାରଣ ମାନସିକ ଚାପର ମୁଖ୍ୟ କାରଣ ଅନିଦ୍ରା ବୋଲି ଗବେଷକ ମାନେ କହନ୍ତି । ଅଧିକାଂଶ ବ୍ୟକ୍ତି ଇମେଲର ଉତ୍ତର ଦେବା, ମେସେଜ୍ କରିବା, ସୋସିଆଲ ମିଡିଆ ସର୍ଚର୍ ଆଦି ଅନେକ କାମ ଏକସଙ୍ଗେ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ କୌଣସି ଗୋଟିଏ କାମ ଶେଷ କରିପାରନ୍ତି ନାହିଁ ଏବଂ ଲକ୍ଷ ପୂରଣ କରିବାରେ ବିଫଳ ହୁଅନ୍ତି ।
କିନ୍ତୁ ଗବେଷକ ମାନେ ତିଆରି କରିଥିବା ଏକ ନୂଆ ବ୍ରେନ୍ ଟ୍ରେନିଂ ଆପ ବ୍ୟବହାର କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇବ ଓ ଆପଣ କାର୍ଯ୍ୟରେ ସଫଳ ହୋଇପାରିିବେ ।
ବିଗତ କିଛି ବର୍ଷ ଧରି ସ୍ମାର୍ଟ ଫୋନ୍ ବ୍ୟବହାର ବେଶ୍ ବଢିଯାଇଛି । ତେଣୁ ଏହି ବ୍ରେନ ଟ୍ରେନିଂ ଆପ୍ ଜ୍ଞାନ ସମ୍ବନ୍ଧୀୟ ଦକ୍ଷତା ଯେପରିକି ସ୍ମୃତି, ଗଣନାତ୍ମକ ଦକ୍ଷତା ଓ ଏକାଗ୍ରତାକୁ ସୁଧାରିବ ବୋଲି ପରୀକ୍ଷା ଲାଗି ୭୫ଜଣ ସୁସ୍ଥ ଯୁବ ବର୍ଗଙ୍କୁ ତିନିଟି ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳକୁ ଡିକୋଡର୍ ଗେମ୍ ଖେଳିବାକୁ ଦିଆଗଲା, ଦ୍ୱତୀୟ ଦଳ ସେହି ସମୟରେ ବିଙ୍ଗୋ ଗେମ୍ ଖେଳିଥିଲେ ଓ ଶେଷରେ କୌଣସି ମେଗ୍ ଦିଆଯାଇନଥିଲା । ମାସକ ପରେ ସେମାନଙ୍କୁ ପରୀକ୍ଷା କରାଗଲା । ଡିକୋଡର ଗେମ୍ ଖେଳିଥିବା ଦଳର ଧ୍ୟାନ ଓ ଏକାଗ୍ରତାରେ ସୁଧାର ଜଣାପଡିଥିଲା ।
Powered by Froala Editor