ଉଲଗ୍ନ ହୋଇ କରନ୍ତୁ ନାହିଁ ଏହି ୩ଟି କାମ
ହିନ୍ଦୁ ଧର୍ମ ଅନୁସାରେ ଏମିତି କିଛି କାମ ଅଛି ଯାହା କରିବା ଉଚିତ୍ ନୁହେଁ। ଯେମିତିକି ମହିଳା ହୁଅନ୍ତୁ କି ପୁରୁଷ କିଛି କାମ ଏମିତି ବି ଅଛି ଯାହାକି ଉଲଗ୍ନ ଅବସ୍ଥାରେ ଅର୍ଥାତ୍ ବିନା କପଡ଼ାରେ କରିବା ଉଚିତ ନୁହେଁ। ତେବେ ଚାଲନ୍ତୁ ଜାଣିବା ସେହି ୩ଟି କାମ ବିଷୟରେ ଯାହାକୁ ବିନା କପଡ଼ାରେ କରିବା ଉଚିତ୍ ନୁହେଁ। ହିନ୍ଦୁ ଧର୍ମ ଅନୁସାରେ ଅର୍ଥାତ୍ ବିଷ୍ଣୁ ପୁରାଣରେ ଉଲଗ୍ନ ହୋଇ ଯେଉଁ କାମ କରାଯାଏ ଯାଏ ତାହାକୁ ଅଶୁଭ ବୋଲି କୁହାଯାଏ। ଯେମିତିକି ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ।
ବିଷ୍ଣୁ ପୁରାଣର ୧୨ ଅଧ୍ୟାୟରେ କୁହାଯାଇଛି କି, ବ୍ୟକ୍ତିକୁ ପୁରା ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ। ଯଦି ଏଭଳି ଗାଧୋଇବାକୁ ଯାଉଛନ୍ତି ତେବେ ଛୋଟ କପଡ଼ା ହେଉ ପଛେ ଦେହରେ ଖଣ୍ଡିଏ ପକେଇକି ଯାଆନ୍ତୁ।
ଶ୍ରୀକୃଷ୍ଣ ମଧ୍ୟ ଗୋପୀମାନଙ୍କ ଗାଧୋଇବା ସମୟରେ ବସ୍ତ୍ର ଲୁଚାଇ ଦେଇ ଏହି ସନ୍ଦେଶ ଦେଇଥିଲେ ଯେ, ମନୁଷ୍ୟକୁ ସ୍ନାନ କରିବା ସମୟରେ ନିବସ୍ତ୍ର ହେବା ଉଚିତ ନୁହେଁ। ଏହା କରିବା ଦ୍ବାରା ଜଳ ଦେବତାଙ୍କର ଅପମାନ ହୋଇଥାଏ।
ସେହିପରି ଉଲଗ୍ନ ହୋଇ ଶୋଇବା ଉଚିତ୍ ନୁହେଁ। ଯଦିଓ ବିଜ୍ଞାନ ଅନୁସାରେ ବିନା କପଡ଼ାରେ ଶୋଇବା ଭଲ କିନ୍ତୁ ଶାସ୍ତ୍ର ଅନୁସାରେ ଏହା ଠିକ ନୁହେଁ। ବିଷ୍ଣୁ ପୁରାଣ ଅନୁସାରେ ପୂର୍ଣ୍ଣ ରୂପରେ ଉଲଗ୍ନ ହୋଇ ଶୋଇବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ଚନ୍ଦ୍ର ଦେବତାଙ୍କର ଅପମାନ ହୋଇଥାଏ। ଏହା ବ୍ୟତୀତ ରାତି ସମୟରେ ପିତୃଗଣ ନିଜ ପରିଜନଙ୍କୁ ଦେଖିବା ପାଇଁ ଆସନ୍ତି ଏବଂ ସେମାନଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବା ଦ୍ବାରା ପିତୃପୁରୁଷଙ୍କୁ ଦୁଃଖ ହୋଇଥାଏ। ଏହା ଦ୍ବାରା ନକରାତ୍ମକ ଶକ୍ତି ମଧ୍ୟ ଗୃହକୁ ପ୍ରବେଶ କରିଥାଏ।
ସେହିଭଳି ଉଲଗ୍ନ ଅବସ୍ଥାରେ ପୂଜା କରନ୍ତୁ ନାହିଁ। କିଛି ଲୋକ ଅଛନ୍ତି ଯେଉଁମାନେ ବିନା କପଡ଼ାରେ ଦେବା ଦେବଙ୍କ ପୂଜା କରିଥାନ୍ତି। ବିଷ୍ଣୁ ପୁରାଣ ଅନୁସାରେ, ପୂଜା ସମୟରେ ଉଲଗ୍ନ ନ ରହି ସିଲାଇ ହୋଇଥିବା କପଡ଼ା ପିନ୍ଧିବା ଉଚିତ୍।
ଏହା ବ୍ୟତୀତ ପୂଜା ବା ଯଜ୍ଞ ସମୟରେ ବିନା କପଡ଼ାରେ ବସିବା ଅର୍ଥ ପୂଜା ବିଧି ବିରୁଧରେ ଯିବା। ଏଥିପାଇଁ ପୂଜା ସମୟରେ ବ୍ୟକ୍ତିକୁ କପଡ଼ା ପରିଧାନ କରିବା ଉଚିତ୍।
Powered by Froala Editor