ଭୁଲ୍ରେ ବି କ୍ଷୀର ସହ ମାଛ ଖା'ନ୍ତୁ ନାହିଁ
ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥା’ନ୍ତି। ଆଉ ଏହି କ୍ରମରେ ଏମିତି କିଛି ଭୁଲ୍ କରି ବସନ୍ତି, ଯାହା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଅର୍ଥାତ୍ ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଏକାଠି ମିଶାଇ ରାନ୍ଧିବା ଉଚିତ୍ ନୁହେଁ, ସେଗୁଡ଼ିକୁ ଏକାଠି ମିଶାଇ ରୋଷେଇ କରନ୍ତି। ସେହିଭଳି ଆଉ କିଛି ଖାଦ୍ୟ ପଦାର୍ଥ ଅଛି, ଯେଉଁଗୁଡ଼ିକୁ ଏକ ସମୟରେ ଅବା ଅଳ୍ପ ସମୟ ବ୍ୟବଧାନରେ ଆଗପଛ କରି ଖାଇବା ଉଚିତ୍ ନୁହେଁ। ଏହା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା କାହା ସହ କାହାକୁ ମିଶାଇ ଖାଇବା ଉଚିତ୍ ନୁହେଁ।
ଚିକେନ୍ ସହ ଆଳୁ:
ଚିକେନରେ ପ୍ରଚୁର ପ୍ରୋଟିନ୍ ଥାଏ। ଏଭଳି ସ୍ଥିତିରେ ଯଦି ଚିକେନ୍ ସହିତ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ, ଯେମିତିକି ଆଳୁ ଖିଆଯାଏ, ତା’ହେଲେ ଦୁଇଟି ଭିନ୍ନ ପ୍ରକାରର ଜିନିଷ ମିଶି ଗ୍ୟାସ୍ ସମସ୍ୟା ସୃଷ୍ଟି କରିପାରେ। କେବଳ ସେତିକି ନୁହେଁ ପେଟ ଯନ୍ତ୍ରଣା ହେବା ସହ ମୋଟାପଣ ସମସ୍ୟା ମଧ୍ୟ ଦେଖା ଦେଇପାରେ। ଅଧିକାଂଶ ଲୋକେ ଚିକେନରେ ଆଳୁ ମିଶାଇ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣଙ୍କର ମଧ୍ୟ ଏଭଳି ଅଭ୍ୟାସ ରହିଛି, ତା’ହେଲେ ତୁରନ୍ତୁ ତାକୁ ବଦଳାଇ ଦିଅନ୍ତୁ।
ଘିଅ ସହ ମହୁ:
ଆୟୁର୍ବେଦରେ ଘିଅ ଓ ମହୁକୁ ଏକାଠି ମିଶାଇ ଖାଇବାକୁ ବାରଣ କରାଯାଇଛି। ମହୁ ଗରମ ଏବଂ ଘିଅ ଥଣ୍ଡା ହୋଇଥାଏ। ଏ ଦୁଇଟି ଭିନ୍ନ ଭିନ୍ନ ଉପାଦାନ। ଏହାକୁ ଏକାଠି ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଏପରିକି ମଣିଷ ଭୟଙ୍କର ରୋଗରେ ମଧ୍ୟ ପଡ଼ିପାରେ।
ତରଭୁଜ ଏବଂ କ୍ଷୀର:
ସଧାରଣତଃ ଖରା ଦିନେ ଲୋକେ ତରଭୁଜ ଖାଇବା ପାଇଁ ପସନ୍ଦ କରନ୍ତି। ବେଳେବେଳେ ଲୋକେ କ୍ଷୀର ମିଶାଇ ତରଭୁଜ ସେକ୍ କରି ପିଅନ୍ତି। କିନ୍ତୁ ଏହା ସ୍ୱ୍ୟାସ୍ଥ୍ୟ ପାଇଁ ହାନୀକାର। କ୍ଷୀର ସହ ତରଭୁଜ ଭୁଲରେ ବି ଖାଇବା ଉଚିତ ନୁହେଁ। କ୍ଷୀରକୁ ହଜମ ହେବା ପାଇଁ ସମୟ ଲାଗେ ଏବଂ ତରଭୁଜ ହଜମ ହେବା ପାଇଁ ଏସିଡ ଆବଶ୍ୟକ ପଡ଼ିଥାଏ। ଏଭଳି ସ୍ଥିତିରେ ପେଟ ସମସ୍ୟା ଉତ୍ପନ୍ନ ହୁଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଫଳ ସହ ଚିକେନ୍:
ଫଳ ଏବଂ ଚିକେନ୍ ଏକାଠି ଖାଇବା ଉଚିତ ନୁହେଁ। ଏହା ଆମ ହଜମ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ, ଏହା ଆମ ପାଚନକ୍ରିୟାକୁ ଦୁର୍ବଳ ମଧ୍ୟ କରିଦିଏ। ତେଣୁ ଫଳ ଏବଂ ଚିକେନ୍ ଏକାଠି ଖାଇବା ଠାରୁ ଦୂରେଇ ରହିବା ଉଚିତ।
ମହୁ ସହ ମୂଳା:
ମହୁ ଏବଂ ମୂଳାକୁ ଏକାଠି ଖାଇଲେ ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୁଏ। ଯାହା ଦ୍ୱାରା ଆମ ପାଚନ ପ୍ରକ୍ରିୟା ଖରାପ ହେବାର ଆଶଙ୍କା ରହିଥାଏ। ତେଣୁ ଏହି ଦୁଇଟିକୁ ଏକାଠି କିମ୍ବା ଆଗପଛ କରି ଖାଇବା ଠାରୁ ଦୂରେଇ ରୁହନ୍ତୁ ।
କ୍ଷୀର ସହ ମାଛ:
କ୍ଷୀର ସହିତ ମାଛ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଦୁଇଟି ଖାଦ୍ୟକୁ ଏକାଠି ଖାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇପାରେ।
Powered by Froala Editor