ତରତର ହୋଇ ଖାଦ୍ୟ ଖାଉଛନ୍ତି କି, ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ନିଜର ଖାଇବା ପିଇବାରେ ସଠିକ ଧ୍ୟାନ ଦେଇପାରୁନି । ଅନେକ ଲୋକ ସମୟ ଅଭାବରୁ ତରତର ହୋଇ ଖାଦ୍ୟ ଖାଇଥାନ୍ତି ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ତରବରରେ ଖାଦ୍ୟ ଖାଇବା ଦ୍ୱରା ଏହା ପାଚନ ତନ୍ତ୍ର ଖରାପ କରିଥାଏ । ଯାହାଦ୍ୱରା ପେଟଜନିତ ସମସ୍ୟା ଉପୁଜିଥାଏ । ଏହା ସହିତ ଏହିପରି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ମୋଟାପଣ ବଢିଥାଏ ଓ ଓଜନ ମଧ୍ୟ କେ ୍ରାଲରେ ରୁହେ ନାହିଁ । ଜଲ୍ଦି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସୁଗାର ଲେବଲ ମଧ୍ୟ ବଢିବର ସମ୍ଭାବନା ଥାଏ । କାରଣ ଶୀଘ୍ର ଖାଇବା ଦ୍ୱାରା ଶରୀର ଇନ୍ସୁଲିନ ପ୍ରତିରୋଧୀ ହୋଇଥାଏ । ଫଳରେ ଡାଇବେଟିସ ହେବାର ଆଶଙ୍କା ମଧ୍ୟ ଥାଏ । ଏହା ସହ ଏସିଡିଟି ସମସ୍ୟା ମଧ୍ୟ ଦେଖା ଦେଇଥାଏ ।
ଏଥିପାଇଁ ପେଟରେ ଜ୍ୱଳନ, ବାନ୍ତି, ଆମ୍ବିଳା ହାକୁଡି ଆଦି ହୋଇଥାଏ । ଶରୀରରେ କୋଲଷ୍ଟ୍ରଲ ମଧ୍ୟ ବଢିଥାଏ । ଏଥିପାଇଁ ହାର୍ଟ ରୋଗର ସମ୍ଭାବନା ଦେଖା ଦେଇଥାଏ । ତେଣୁ ସର୍ବଦା ଧୀରେ ସୁସ୍ଥେ ବସି ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଉଚିତ୍ ।
Powered by Froala Editor