କନ୍ୟା ବୋଲି ବ୍ୟାଗ୍ରେ ଭର୍ତ୍ତି କରି ଫୋପାଡ଼ିଦେଲେ
ଚଳିତ ବର୍ଷ ସର୍ଭେରେ ଖୁସି ଖବର ମିଳିଥିଲା । ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ବୋଲି ଖବର ପ୍ରକାଶ ପାଇଥିଲା । ଯାହାକି ଦେଶରେ ପ୍ରଥମ ଘଟଣା । ଏ ଖବର ପରେ ଲାଗୁୁଥିଲା ଯେ, ଶିଶୁ କନ୍ୟାଙ୍କ ଉପରେ ଅତ୍ୟାଚାର କିମ୍ବା ଭ୍ରୁଣ ହତ୍ୟା କମିଯାଇଛି ବୋଲି । କିନ୍ତୁ କିଛି କୁତ୍ସିତ ମାନସିକତାର ଲୋକେ ଏବେବି କନ୍ୟାକୁ ଅଲୋଡା ବୋଲି ମାନୁଛନ୍ତି ।
ନିମାପଡା-ପିପିଲି ଅନ୍ତର୍ଗତ ସାତଶଙ୍ଖ ମୁଖ୍ୟ ରାସ୍ତା କଡରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି ।
ଚୋରପଡ଼ା ଠାରେ ରବିବାର ସକାଳେ କିଛି ବ୍ୟକ୍ତି ଏକ ଶିଶୁ କନ୍ୟାକୁ ଦେଖିଥିଲେ । କନ୍ୟାଟି ଜୀବିତ ଥିଲା । ତୁରନ୍ତ ତାକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । କପଡା ଘୋଡାଇ ମାଆ ଶିଶୁକୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା ବୋଲି କୁହାଯାଉଛି । ଶିଶୁଟିକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
Powered by Froala Editor