ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଗୁଡ଼ ମିଶା କ୍ଷୀର
ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ କ୍ଷୀର । କିନ୍ତୁ ଶୀତଦିନରେ କ୍ଷୀରରେ ଗୁଡ଼ ପକାଇ ସେବନ କରିବା, ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଏହି ଦିନରେ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ,
- ଉଷୁମ କ୍ଷୀରରେ ଗୁଡ଼ ମିଶେଇ ପିଇବା ଦ୍ୱାରା, ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ । ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ । ଏହା ସହିତ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ପାଇଁ ମଧ୍ୟ ଏହା ବେଶ ଉପକାରୀ ।
-ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ ଗୁଡ଼ ମିଶା କ୍ଷୀର । ଏହା ପିଇବା ଦ୍ୱାରା,ପାଚନ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରେ ।
- ଉଷୁମ କ୍ଷୀରରେ ଗୁଡ଼ ମିଶାଇ ପିଇବା ଦ୍ୱାରା, ଏହା ଶରୀରରେ ଆଇରନର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ ।
- ଶୀତଦିନରେ ପ୍ରତିଦିନ କ୍ଷୀରରେ ଗୁଡ଼ ମିଶେଇ ସେବନ କରିବା ଦ୍ୱାରା, ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ । ଏହା ସହିତ ବ୍ରଣ ସମସ୍ୟାକୁ ମଧ୍ୟ କମ କରିବାରେ ସାହାଯ୍ୟ କରେ ।
- ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ଗୁଡ଼ ମିଶା କ୍ଷୀର ।
Powered by Froala Editor