ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଯାଜପୁରର ନନ୍ଦ ପୃଷ୍ଟି

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନରେ ବିଭିନ୍ନ କ୍ଷେତ୍ରରୁ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା। ତେବେ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଡଡିଶାରୁ ଯାଜପୁରର ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ନନ୍ଦ ପୃଷ୍ଟିଙ୍କ ବର୍ତମାନ ବୟସ ୧୦୨ ବର୍ଷ। ସେ ଅନେକ ଦଶନ୍ଧି ଧରି ଜିଲ୍ଲାରେ ଛୋଟପିଲା ଓ ଅନ୍ୟ ବ୍ୟକ୍ତିଙ୍କୁ ଶିକ୍ଷାଦାନ କରିଆସୁଛନ୍ତି। ସେ ଦୀର୍ଘ ୭୦ ବର୍ଷ ହେଲା ନିଜ ଗାଁରେ ମାଗଣାରେ ଏହି ଶିକ୍ଷାଦାନ କରୁଛନ୍ତି ।ସୁକିନ୍ଦା ବ୍ଲକର କଂଟିରାର ନନ୍ଦ ପୃଷ୍ଟି ପିଲାଦିନେ ନନ୍ଦପୃଷ୍ଟି ଆର୍ଥିକ ସମସ୍ୟା ଦେଇ ଗତି କରିଥିବାର, ସେ ଏହି ପରିସ୍ଥିତିକୁ ଭଲ ଭାବେ ବୁଝି ପାରିଛନ୍ତି ।
ତେଣୁ ନିଜ ଘର ପାଖରେ ନନ୍ଦ ପୃଷ୍ଟି ଏକ ସ୍କୁଲ ଖୋଲ ସବୁଦିନେ ସେ ପାଠ ପଢାଉଛନ୍ତି। ଛୋଟ ପିଲାଙ୍କୁ ସକାଳ ୯ଟା ଯାଏଁ ଓ ପୁଣି ଦିନ ୪ଟାରୁ ୬ ମଧ୍ୟରେ ପାଠ ପଢାଇଥାନ୍ତି। ସେହିଭଳି ବରିଷ୍ଠ ନାଗରିକଙ୍କୁ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ନନ୍ଦ ପୃଷ୍ଟି ପାଠ ପଢାଇଥାନ୍ତି। ସେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ସମୟରେ, ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଶୀର୍ବାଦ କରିଛନ୍ତି।
Powered by Froala Editor