କୋଭାକ୍ସିନ ଓ କୋଭିସିଲ୍ଟକୁ ୯୬ଦେଶର ମଞ୍ଜୁରୀ
ନୂଆଦିଲ୍ଲୀ: ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ସାରା ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଭାରତରେ ବ୍ୟବହାର ହେଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ୯୬ଟି ଦେଶ ମଞ୍ଜୁରୀ ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଥିବା ୮ ଟିକା ମଧ୍ୟରେ ଭାରତରେ ଉପôାଦିତ ହେଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ରହିଛି ।
ଏହା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୮ଟି ଟିକାକୁ ତା’ର ଜରୁରିକାଳୀନ ବ୍ୟବହାର ତାଲିକାରେ ରଖିଛି । ଆମେ ଖୁସିର ସହ କହିବାକୁ ଚାହୁଁଛେ ଯେ ଏହି ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି-କୋଭାକ୍ସିନ ଓ କୋଭିସିଲ୍ଡ ରହିଛି । ବିଶ୍ୱର ୯୬ଟି ଦେଶ ଏହି ଦୁଇ ଟିକାକୁ ମଞ୍ଜରୀ ଦେଇଛନ୍ତି ବୋଲି ସେ କହିଛନ୍ତି ।
କୋଭାକ୍ସିନ ଓ କୋଭିସିଲ୍ଡକୁ ମଞ୍ଜୁରୀ ଦେଇଥିବା ୯୬ଟି ଦେଶଗୁଡିକ ମଧ୍ୟରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ସ୍ପେନ, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ବେଲଜିୟମ, ରୁଷ ଓ ସ୍ୱିଜରଲ୍ୟାଣ୍ଡ ପ୍ରମୁଖ ରହିଛନ୍ତି ।
ସୂଚନାଯୋଗ୍ୟ, କୋଭାକ୍ସିନ ଟିକାକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ସେହିପରି କୋଭାକ୍ସିନର ଉପôାଦନ ପୁଣେ ସ୍ଥିତ ସେରମ ଇନଷ୍ଟିଚୁ୍ୟଟ କରୁଛି ।
Powered by Froala Editor